ବିଶ୍ୱାସ ରଖିଛି ମନରେ
ବିଶ୍ୱାସ ରଖିଛି ମନରେ
ଜଣେ ଭଲ ଯୋଦ୍ଧା
ବୋଲି କେହି ଜଣେ
ଜୀବନକୁ ମୋ କଥା କହିଛି
ସେଥିପାଇଁ ନିୟମିତ ଭାବେ
ଜୀବନରେ ଲଢ଼ିବାକୁ ହେଉଛି ।
ଜୀବନଟା କେତେ ଯେ ବିଚିତ୍ର
ଏବେ ମୁଁ ଜାଣୁଛି
ସମସ୍ୟା ପରେ ସମସ୍ୟା ଆସି
ଅତିଷ୍ଠ କରୁଛି ।
ମଝି ଦରିଆରେ ବହୁଅଛି ଆଜି
ପବନ ଅଣଚାଶ
ହଁ ନାହିଁ ମଝିରେ ଚାଲୁଅଛି
ନିଃଶ୍ୱାସ ପ୍ରଶ୍ୱାସ ।
ତଥାପି ବାନ୍ଧିଛି ଆଶା
ନ ହୋଇ ନିରାଶ
ଗୋଲେଇ ଚକରେ ବୁଲି
ଖୋଜୁଅଛି ଆଦ୍ୟ ଆଉ ଶେଷ ।
ଭୀଷ୍ମ ପ୍ରତିଜ୍ଞାରେ ଅଟଳ ମୁଁ
ଆଜି ଛାଡେ ଦୀର୍ଘଶ୍ୱାସ
ତଥାପି ହାରିନି ଲଢ଼ୁଅଛି
ନେଇ ଜିତିବାର ଆଶ ।
ବଞ୍ଚି ରହି ସଂସାରରେ
କରୁଅଛି ହିସାବ ନିକାଶ
କିଏ ଜାଣେ କେତେବେଳେ
ହେବ ଏହା ପୁଣି ଶେଷ ।
ରଥୀ ଓ ସାରଥୀ ଆଜି ମୁହିଁ
ଜୀବନ ଯୁଦ୍ଧରେ
ଜିତିବି ନିଶ୍ଚେ ବି ଦିନେ
ଏ ବିଶ୍ୱାସ ରଖିଛି ମନରେ ।
