STORYMIRROR

Sanjaya Ananda Kumar Tripathy

Classics Inspirational

4  

Sanjaya Ananda Kumar Tripathy

Classics Inspirational

ଦୋ ଛକିରେ...

ଦୋ ଛକିରେ...

1 min
8

ମଣିଷ ଠିଆ ହୋଇ ରହିଛି ଦୋ ଛକିରେ
ଏ ପାଖରେ ମନ, ବିବେକ ଅଛି ସେ ପାଖରେ ।
ଆଗରେ ପଥ ଖୋଲା କିନ୍ତୁ ଅନ୍ଧକାର ମନରେ,
ଭୁଲ ଆଉ ଠିକ ସନ୍ଦେହର ଚକ୍ରବ୍ୟୁହରେ ।

ହୃଦୟ ଟାଣେ ଏକ ଦିଗେ , ବୁଦ୍ଧି ଅନ୍ୟ ଦିଗ,
ଦୁହିଁଙ୍କ ମଧ୍ୟରେ ଫସି ଯାଏ  ଅଜଣା ଭାଗ୍ୟ।
ସମୟ ଗଡି ଯାଏ, ତଥାପି ଭାରାକ୍ରାନ୍ତ ଲାଗେ,
ସ୍ଵପ୍ନର ଶାନ୍ତି ମଧ୍ୟ ଭାଙ୍ଗି ଯାଏ ଆଗେ।

ଆଖି ଆଗରେ ପଥ ଥିଲେ ମଧ୍ୟ ଦିଶେ ନାହିଁ,
ଅକୁହା କଥାରେ ମନ ଯାଏ ବନ୍ଦୀ ହୋଇ ରହି।
ପଦକ୍ଷେପ ନେବା ପାଇଁ ନ ହୁଏ ସାହସ ,
ପ୍ରଶ୍ନର ଝଡ଼ରେ ବିପର୍ଯ୍ୟସ୍ତ ମନର ଆକାଶ।

ତଥାପି ମନରେ ଶବ୍ଦ ଆସେ ପୁଣି ହୁଏ ଶାନ୍ତ,
ମନ ହୁଏ ଦୃଢ଼ ଓ ସହଜ ଲାଗେ ପଥ ।
“ଚାଲ, ଧୀରେ ହେଉ, ରାସ୍ତାରେ ରହିବା ନାହିଁ,
ଚଳିଲେ ହିଁ ପଥ ଦେଖାଯିବ ଏହା ଭୁଲିବା ନାହିଁ।”

ଆଗେଇଲା ପରେ କିଛି ପାଦ ହୋଇ ଅନିଶ୍ଚିତ
ଧୀରେ ଧୀରେ ହଟିଯାଏ ଅନ୍ଧକାର ,
ଜୀବନର ଉତ୍ତର ଆସେ ନାହିଁ ସହଜରେ,
ଚାଲିବା ଆରମ୍ଭ କଲେ ରାସ୍ତା ଦିଶେ ପରିଷ୍କାର ।

***


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics