ଜୀବନ ଭଙ୍ଗା ଗଢ଼ାର କାହାଣୀ
ଜୀବନ ଭଙ୍ଗା ଗଢ଼ାର କାହାଣୀ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
କେବେ ଦିଏ ଖୁସି କେବେ ଢାଳିଦିଏ ଅସୁମାରୀ ଦୁଃଖ ପୁଣି
ବିଧାତାର ଖେଳ ତାହାକୁ ହିଁ ଜଣା ଆମେ ତ ଖେଳଣା ଜାଣି
ଜୀବନ ଭଙ୍ଗା ଗଢ଼ାର କାହାଣୀ ।
ଫୁଲ ଫୁଟେ ଏଇ ବଗିଚାରେ କେତେ ସମସ୍ତେ ଅଛନ୍ତି ଜାଣି,
କିଏ ପ୍ରଭୁ ପାଶେ କିଏ ତ ଗଭାରେ ସଜା ହୋଇଥାଏ ପୁଣି
କିଏ ଝଡ଼ି ଯାଏ ମଉଳିଲା ପରେ କେହି ନ ପାରନ୍ତି ଜାଣି ।
ଜୀବନ ଭଙ୍ଗା ଗଢ଼ାର କାହାଣୀ ।
ସମୟ ଡୋରୀରେ ବନ୍ଧା ଏଠି ସର୍ବେ ଆସିଲେ ଯିବା ହିଁ ସାର,
କିଏ ଆଗେ ପୁଣି କିଏ ଯିବ ପଛେ ଲେଖିଛି ନିୟତି ଗାର
ଭଲ କାମ କଲେ ରହିଯାଏ ତାହା ହୋଇ ଅମର କାହାଣୀ ।
ଜୀବନ ଭଙ୍ଗା ଗଢ଼ାର କାହାଣୀ ।