STORYMIRROR

Bauribandhu Lenka

Inspirational

5.0  

Bauribandhu Lenka

Inspirational

ତୁମେ ସୁନ୍ଦର

ତୁମେ ସୁନ୍ଦର

1 min
13.2K


ତୁମେ ସୁନ୍ଦର

ତୁମେ ସୁନ୍ଦର ତୁମ ସୁନ୍ଦର ସୃଷ୍ଟିର

କରି କେ ପାରିବ କଳନା

ତୁମେ ବିଚିତ୍ର ବିନ୍ଧାଣି ବିଶ୍ଵକର୍ମା ହେ

ନାହିଁ ତ ତୁମର ତୁଳନା ......... .|| 0 ||

ତୁମେ ସକଳ ଶକ୍ତିର ଆଧାର

ତୁମେ ଅପାର କରୁଣା ସାଗର

ତୁମେ ଅନନ୍ତ ଅସୀମ ଆକାଶ

ତୁମେ ଅକଣ୍ଡ ଜ୍ୟୋତିର ପ୍ରକାଶ

ତୁମ ଚରଣ ରେଣୁର ପରଶ ପାଇଁକି

କିଏ ବା ନ କରେ କାମନା ||

ତୁମେ ସୁନ୍ଦର ତୁମ ସୁନ୍ଦର ସୃଷ୍ଟିର... || 1 ||

ତୁମେ ସକଳ ଆଶାର ଆଲୋକ

ତୁମେ ଫୁଲରେ ଭରିଛ ମହକ

ତୁମ ଇଙ୍ଗିତରେ ଚନ୍ଦ୍ର ସୂରୁଜ

ତାରା ଆକାଶେ ସଜାନ୍ତି ମୁରୁଜ

ତୁ ଅଦେଖା ହାତର କୁଶଳୀ କଳାର

ସବୁରି ମୁଖରେ ବନ୍ଦନା ||

ତୁମେ ସୁନ୍ଦର ତୁମ ସୁନ୍ଦର ସୃଷ୍ଟିର....|| 2 ||

ତୁମ ଆଜ୍ଞାରେ ଜଳଇ ଅନଳ

ତୁମ ବଳରେ ବହଇ ଅନିଳ

ତୁମ ଆଦେଶେ ମେଘ ବରଷେ ଜଳ

ଜଳଧି ନ ଲଙ୍ଘେ କେବେ ନିଜ କୂଳ

ଜଗତ ମଙ୍ଗଳ ପାଇଁକି ପ୍ରଭୂ ହେ

ଝରୁଥାଉ ତୁମ କରୁଣା ||

ତୁମେ ସୁନ୍ଦର ତୁମ ସୁନ୍ଦର ସୃଷ୍ଟିର....|| 3 ||

     ********


Rate this content
Log in

Similar oriya poem from Inspirational