STORYMIRROR

Srinibas Mahalik

Inspirational

3  

Srinibas Mahalik

Inspirational

ତ୍ରିରଙ୍ଗା

ତ୍ରିରଙ୍ଗା

1 min
13.3K


ତ୍ରିରଙ୍ଗା ପତାକା ଭାରତ ଆକାଶେ

ଉଡଅଛି ଫରଫର

ଦେଖିଦେଲେ ତାକୁ ପେଟ ପୂରିଯାଏ

ଆହାଃ କେଡ଼େ ମନୋହର ।।

ନାରଙ୍ଗୀ ଧବଳ ସବୁଜ ରଙ୍ଗରେ

ହୋଇଅଛି ଆଚ୍ଛାଦିତ

ପିଂକାଲୀ ଭେଙ୍କୟା ପ୍ରଥମେ ଏହାର

କରିଥିଲେ ନକ୍ସା ଚିତ୍ର ।।

ଅଶୋକ ଚକ୍ର ବି ତ୍ରିରଙ୍ଗା ମଝିରେ

ନେଇଛି ଗୋଟିଏ ସ୍ଥାନ

ଚବିଶ ଅରରେ ସ୍ଥାନିତ ହୋଇଛି

ହୋଇ ଗାଢ ନୀଳ ବର୍ଣ୍ଣ ।।

ନାରଙ୍ଗୀ ବୁଝାଏ ଶକ୍ତି ସାହସକୁ

ଧଳା କୁହେ ସତ୍ୟ ଶାନ୍ତି

ସବୁଜ ଗାଉଛି ଶ୍ରମ ବିଶ୍ୱାସକୁ

ଗାଢନୀଳ ନ୍ୟାୟ ମୁର୍ତ୍ତି ।।

ସ୍ନେହ ଓ ସମ୍ମାନ ଦେଇ ପୂଜୁଥିବା

ଆମେ ଭାରତୀୟ ନିତି

ସିଏ ପରା ମାଆ ଆମ ସଭିଙ୍କର

ଗାଉଥିବା ତା'ର କୀର୍ତ୍ତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational