STORYMIRROR

Chittaranjan Lenka

Inspirational

3  

Chittaranjan Lenka

Inspirational

ଏଇ ତ ଜୀବନ

ଏଇ ତ ଜୀବନ

1 min
12.9K


ସଂସାର ଭିତରେ     ଘର କରିଥିଲେ

ପଥର ପଡିଲେ ସହି

ପତରକୁ ଯଦି         ଭୟ କରିଯିବା

ପଥର ଦେବ ବୁଡାଇ(1)


ଦିନ ଯଦି ଅଛି        ରାତି ବି ଆସିବ

ରାତି ପରେ ନିଶ୍ଚେ ଦିନ

ଜାଣିରଖ ମିତ        ସେଥିପାଇଁ କଷ୍ଟ

ସହନ୍ତି ସୂରୁଜ ଜହ୍ନ(2)


ନିଜେ ଜଳି ଜଳି      ଆଲୋକ ଦିଅଇ

ସୂରୁଜ ଖୁସି ମନରେ

ପକ୍ଷେ ମରି ପକ୍ଷେ    ଜୀଇଁଲେ ବି ଚନ୍ଦ୍ର

ଶୀତଳ କିରଣ କରେ(3)


ସୁଖ ପରେ ଦୁଃଖ     ଆସିଥାଏ ପୁଣି

ଦୁଃଖ ପରେ ଆସେ ସୁଖ

ଆଶା ନେଇ ଆମେ  ବଞ୍ଚି ରହିଥାଉ

ଚିନ୍ତା କରି ଥରେ ଦେଖ(4)


କେତେ ସୁଖ ଆସେ  କାହାର ଜୀବନେ

ସେ ଏକା କହି ପାରିବ

ହେଲେ ଆଶା ଥାଏ   ଆଜି ବି ନ ହେଲେ

କାଲିକି ଭଲ ଆସିବ(5)


ସୂର୍ଯ୍ୟ ଚନ୍ଦ୍ର ପରି      ପର ହିତ କଲେ

ମନରେ ଆସିବ ସୁଖ

ସଂସାର ନିୟମ       କେ କରିବ ଆନ

ଦୁଃଖରେ ଜୀଇଁବା ଶିଖ(6)

ଚିତ୍ତ ରଞ୍ଜନ ଲେଙ୍କା (କଟକ)©



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational