ପ୍ରକୃତି ଋଣ
ପ୍ରକୃତି ଋଣ
ପ୍ରକୃତିରୁ ଆମେ ମାଗଣା ମାଗଣା
ସବୁ ତ ଯାଉଛେ ଖାଇ
ବଦଳରେ ଆମେ କିଛି ଦେଉନାହେଁ
ବଡ ଅବିବେକି ହୋଇ ।।
ସୂର୍ଯ୍ୟଙ୍କ କିରଣ ପାଣି ଓ ପବନ
ଏ ସବୁ ପାଉଛେ ମୁକ୍ତ
ପ୍ରକୃତିକୁ କିଛି କରି ଦେଖାଇବା
ବଢ଼ାଇ ସଭିଏଁ ହାତ ।।
ଗଛ ଲଗାଇକି ପ୍ରକୃତି ବଞ୍ଚାଅ
କରିବା ସଭିଏଁ ପଣ
ଗୋଟେ ଗୋଟେ ଗଛ ଲଗାଇ ସଭିଏଁ
ସୁଝିବା ପ୍ରକୃତି ଋଣ ।।
ଏ ସାରା ଜଗତ ପ୍ରକୃତିକୁ ଛାଡି
ବଞ୍ଚି ପାରିବନି କ୍ଷଣେ
ଜୀବନ କାଳରେ ଗୋଟେ ଗୋଟେ ଗଛ
ଲଗାଅ ନିଶ୍ଚିତ ଜଣେ ।।