STORYMIRROR

Chittaranjan Lenka

Inspirational

3  

Chittaranjan Lenka

Inspirational

ଶନି ଦେବ

ଶନି ଦେବ

1 min
13.8K


ନାମ ଶନିଙ୍କର          ଲାଗେ ଭାରୀ ଡର

ହେଉ ଧନୀ କି ଗରୀବ

ସଭିଏଁ ଭାବନ୍ତି           ଶନି ଆସିଗଲେ

ବରବାଦ କରିଦେବ


ରବି ଚନ୍ଦ୍ର ଆଦି          ନବ ଗ୍ରହ ଦ୍ୱାରା

ଆମ ଭାଗ୍ୟ ନିୟନ୍ତ୍ରଣ

ଅସଲ କଥାକୁ           ନ ବୁଝି ଦେଉଛ

ଶନିଙ୍କୁ ଦୋଷୀର ସ୍ଥାନ


ଅସତ ଅନ୍ୟାୟ         ପଥ ଯିଏ ବାଛେ

ଦେଖାଏ ଗରବ ବଳ

ଭଲ ବୁଦ୍ଧି ପାଇଁ          ଶାସନ କରଇ

ଶନି ହୋଇ ମହାକାଳ


ସାଥୀଟିଏ ହୋଇ       ଶନି ଥାଏ ରହି

ଯିଏ ରହେ ନିଷ୍ଠାପର

ଯେତେ ଆସୁ ବାଧା    ତଥାପି ଶେଷରେ

ବିଜୟ ଆଣେ ତାହାର


ଜ୍ୟୋତିଷ ବଚନ        ଈଶ୍ୱରଙ୍କ ଦାନ

ଭୁଲିବନି ବନ୍ଧୁଗଣ

ଶନି ଛଡା କେହି        ଗ୍ରହ ଆଉ ନାହିଁ

କରିବ ମୁକତି ଦାନ

ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational