STORYMIRROR

Bauribandhu Lenka

Inspirational

5.0  

Bauribandhu Lenka

Inspirational

ଖୋଜେ ମୁଁ ତୁମକୁ

ଖୋଜେ ମୁଁ ତୁମକୁ

1 min
13.7K


(0)

ଖୋଜିଛି ତୁମକୁ ପଲ୍ଲୀର ସହର

ନଦୀରୁ ସାଗର ତୀରେ

ବଣରୁ ପାହାଡ କ୍ଷେତରୁ ଖଦାନ

ପାଇଲନି କେଉଁଠାରେ ||

(1)

କିଏ କହେ ତୁମେ ରୁହ ମସ୍-ଜିଦ୍ ରେ

କିଏ କହେ ମନ୍ଦିରରେ

କିଏ କହେ ତୁମେ ରୁହ ଗୀର୍ଜାରେ

କିଏ କହେ ଗୁରୁଦ୍ୱାରେ

କେଉଁଠି ପାଇବି ତୁମକୁ ପ୍ରଭୁ ହେ

କହଦିଅ ମୋତେ ଥରେ

ଖୋଜିଛି ତୁମକୁ ପଲ୍ଲୀର ସହର

ନଦୀରୁ ସାଗର ତୀରେ ||

(2)

କିଏ ଡାକେ ଆହ୍ଲା କେ ଡାକେ ଈଶ୍ୱର

କିଏ ଡାକେ ଈଶାମସୀ

କିଏ ଡାକେ ସାଇ କିଏ ବାହେଗୁରୁ

କିଏ ଅବା ଆଉ କିଛି

ତୁମେ ସର୍ବନାମ କି ନାମେ ଡାକିବି

କହିବକି ମୋତେ ବାରେ

ଖୋଜିଛି ତୁମକୁ ପଲ୍ଲୀର ସହର

ନଦୀରୁ ସାଗର ତୀରେ ||

*******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational