STORYMIRROR

Chittaranjan Lenka

Inspirational

3  

Chittaranjan Lenka

Inspirational

ଶିଶୁ ଦିବସ

ଶିଶୁ ଦିବସ

1 min
13.7K


କଅଁଳ ଶିଶୁର କଅଁଳିଆ ମନ

କଅଁଳିଆ କଢଟିଏ

ଯତ୍ନର ଅଭାବେ ଫୁଟିବା ଆଗରୁ

ଅଦିନରେ ଝଡିଯାଏ

କଅଁଳ ଶିଶୁର କଅଁଳିଆ ମନ

ବୁଝିଲେ ଯିଏ ଅନ୍ତରୁ

ଅତି ସେନେହରେ ପିଲାଏ ଡାକିଲେ

ସେ ଆମ ଚାଚା ନେହେରୁ

ନଭେମ୍ବର ମାସ ଚଉଦ ତାରିଖ

ତାଙ୍କର ଜନ୍ମ ଦିବସ

ପ୍ରତିବର୍ଷ ସେହି ଦିବସକୁ ପିଲା

ପାଳନ୍ତି ହୋଇ ହରଷ

ଶିଶୁଙ୍କ ନିମନ୍ତେ ତାଙ୍କର ଆଦର୍ଶ

ରହିଥିବ କାଳ କାଳ

ସେହି ଆଦର୍ଶକୁ ସମସ୍ତେ ବୁଝନ୍ତୁ

ଶିଶୁହିଁ ଆମର ବଳ

ଚିତ୍ତରଞ୍ଜନ ଲେଙ୍କା,କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational