STORYMIRROR

Bauribandhu Lenka

Inspirational

5.0  

Bauribandhu Lenka

Inspirational

ଜୀବନ ସଳିତା

ଜୀବନ ସଳିତା

1 min
13.7K


(0)

ଜୀବନ ସଳିତା ଜଳି ଜଳି ଯାଏ

ଲିଭିବାକୁ ଅଛି ବାକି

ଲିଭିବା ସମୟ ଆସିଗଲେ ତା'ର

ପାରିବେନି କେହି ରୋକି ||

(1)

ଏ ଜୀବନ ପଥ ବହୁ କଣ୍ଟକିତ

କେତେ ଉଠାଣ ଗଡାଣି

ଯିଏ ସେ ଚାଲିଛି ସେ ହିଁ ଜାଣିଛି

ପୁରା ଜୀବନ କାହାଣୀ

ଜୀବନ ଆକାଶେ ମୃତ୍ୟୁର ଛଞ୍ଚାଣ

ଉଡୁଅଛି ଛକି ଛକି

ଜୀବନ ସଳିତା ଜଳି ଜଳି ଯାଏ

ଲିଭିବାକୁ ଅଛି ବାକି ||

(2)

ସଙ୍ଗୀ ସହୋଦର କେ ନୁହେଁ କାହାର

ସରବେ ସୁଖର ସାଥୀ

ଗଲାବେଳେ କେହି ଯିବେ ନାହିଁ ସଙ୍ଗେ

ଚାହିଁଥିବେ ମଥା ପୋତି

ନିଜ କର୍ମଫଳ ନଜେ ହିଁ ଭୋଗିବୁ

ଜୀବନ ପଥେ ଏକାକୀ

ଜୀବନ ସଳିତା ଜଳି ଜଳି ଯାଏ

ଲିଭିବାକୁ ଅଛି ବାକି ||

*******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational