STORYMIRROR

Chittaranjan Lenka

Inspirational

3  

Chittaranjan Lenka

Inspirational

ବାରୁଣୀ ସ୍ନାନ

ବାରୁଣୀ ସ୍ନାନ

1 min
13.9K


ପୂଣ୍ୟତୋୟା ଗଙ୍ଗା     କ୍ଷମତା ଧରିଛି

ପାପ କରିବାକୁ କ୍ଷୟ

ସତ କିମ୍ବା ମିଛ       ହେଉ ଏହି କଥା

ଭକ୍ତଙ୍କୁ ଲାଗେ ଅଭୟ


ତଥାପି ସେ ଗଙ୍ଗା      ଚାହିଁ ରହିଥାଏ

ବାରୁଣୀ ଯୋଗର ଦିନ

କୋଟି କୋଟି ଭକ୍ତ   ବୁଡ ପକାଇବେ

ଧନ୍ୟ ହେବ ତା ଜୀବନ


ପାପୀଙ୍କର ପାପ      କ୍ଷୟ ହୋଇଯିବ

ମୁକତି ଲଭିବା ପାଇଁ

ଭକ୍ତଙ୍କ ସ୍ନାନରେ      ମୋ ଯଶ ରହିବ

ଗଙ୍ଗା ମନେ ଭାବୁଥାଇ


ପାଠକ ମଣ୍ଡଳି        ଏ କଥାର ଅର୍ଥ

ବୁଝ ଟିକେ ଦେଇ ଧ୍ୟାନ

ପର ଉପକାରେ      ସନ୍ତୋଷ ମିଳଇ

ପୂଣ୍ୟ ହୁଅଇ ଅର୍ଜନ


ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational