STORYMIRROR

Srinibas Mahalik

Inspirational

3  

Srinibas Mahalik

Inspirational

ଅନ୍ଧବିଶ୍ୱାସ

ଅନ୍ଧବିଶ୍ୱାସ

1 min
14.2K


ନିରୀହ ଜୀବଙ୍କୁ ବଳି ଦେଇ କେତେ

କରୁଛନ୍ତି ପୂଜାର୍ଚ୍ଚନା

ନିଜ ଶରୀରକୁ କଷ୍ଟ ଦେଇ କେତେ

କରୁଛନ୍ତି ଉପାସନା..

ଯେତେ କରାଗଲେ ମନା..

ଧର୍ମବିଶ୍ୱାସରୁ ସଫା ହୁଏନାହିଁ

ଏହି ସବୁ ଆବର୍ଜନା ।।

ଅନ୍ଧବିଶ୍ୱାସୀଙ୍କ ଦେବାଦେବୀ ପ୍ରତି

ନଥାଏ ଜମାରୁ ଭକ୍ତି

ଭୟରେ କେବଳ ବଳି ଦେଉଥାନ୍ତି

ପାଇବେ ବୋଲି ଯେ ଶାନ୍ତି..

ହାଏରେ ନିର୍ବୋଧ ବ୍ୟକ୍ତି..

ଶାନ୍ତ କରିବାକୁ ଦେବାଦେବୀଙ୍କୁ

କର ସ୍ୱଚ୍ଛ ମନେ ଭକ୍ତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational