ମୋ ପାଇଁ
ମୋ ପାଇଁ
ମୋ ପାଇଁ ସବୁଦିନର ସକାଳ
ଆଜିର ସକାଳ ରେ ନାହିଁ କିଛି ଫରକ
ଜୀବନ ର ଅବିରାମ ଗତିରେ
ଜୀବନ ଜୀବକାର ସେଇ ସଂଘର୍ଷ l
ଭୋକିଲା ପେଟ ଆଉ ଶୋଷିଲା
ମନର ଶୁଖିଲା ମୁହଁରେ ଲୁହ ଦି ଧାର
ତାରିଖ ବଦଳେ କ୍ୟାଲଣ୍ଡର ବଦଳିବ
ବଦଳିବନି ମୋ ଦୈନନ୍ଦିନ ଜୀବନ ଧାରା l
ନୂଆଁ ବରଷ କଣ ମୁଁ ଜାଣେନା
ସେଥିପାଇଁ ନାହିଁ କିଛି ଶୋଚନା
ପୋଡି ଯାଉଥିବା ଉଦର ଯେଉଁଦିନ ଶାନ୍ତ
ସେଇଦିନ ମୋ ପାଇଁ ଉତ୍ସବ ପାଳନା l
ସିନ୍ଦୂର ଫାଟିବା ଆଗରୁ ଲାଗିଯାଏ କର୍ମେ
ନାହିଁ କିଛି ମୋର ଭାବନା
ଶ୍ରମ ବିନା ଦୁନିଆ ଅନ୍ଧାର ମୋ ପାଇଁ
ତା ଛଡା ଆନ କିଛି ଜାଣେନା l
