STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ନବବର୍ଷ ସ୍ୱାଗତମ(ଦୁଇଟି ସ୍କେଚ)

ନବବର୍ଷ ସ୍ୱାଗତମ(ଦୁଇଟି ସ୍କେଚ)

1 min
178

 (୧)

ପଣାପାଣିରେ ସୁଅ ଛୁଟିବ 

  ଖୋଜା ପଡୁଛି ବେଲ 

ସାଇତା ଥିବା ଗୁଡ଼ ମାଠିଆ

  ମାଧିଆ ଯାଇ ଖୋଲ 

  କଦଳୀ କାନ୍ଧି ବାଡିରୁ କାଟି

ମାଧିଆ ଆଣି ଅଗଣାର ରଖି

  ଡାକେ ପଣା କରିବା ଚାଲ ।।


ଛେନା ଆଣିଲେ ମାଆ ମୋହର

  ଯତନେ ରଖିଦେଲେ 

ମନ୍ଦିର ଆଉ ଭାଗବତ ଘରେ

  ସଭିଏଁ ମେଳ ହେଲେ 

  ଗୋଲ ମରିଚ ନେଲେ

ମନ୍ତ୍ର ପଢିଲେ ଠାକୁର ନନା 

  ମିଶାଇ ଭୋଗ ଦେଲେ ।।


(୨) 

ଡିଜେ ବାଜୁଛି ଦି ଦିନ ଆଗୁ 

 ବରାଦ ନାଚ ବାଲି 

ମଦ ଓ ମାଂସ ସଉଦା ପତ୍ର

 ଦିଶୁଛି ଝିଲିମିଲି  

 ଆଗରୁ ହୋଟେଲ ବୁକିଂ ଅଛି

ଜିରୋ ନାଇଟ ସେଲିବ୍ରେସନ

  ଲାଗିବ ସତେ ରାଲି ।।


ଶୁଭେଚ୍ଛା ସୁଅ ଛୁଟିଲା ପୁଣି

 ନବବର୍ଷ ସ୍ୱାଗତ 

ନାହିଁ ଗ୍ରୀଟିଂସ ନା ଫୁଲତୋଡା

 ଦିଅନ୍ତି ଯେ ମେସେଜ  

 ପଶୁପକ୍ଷୀଙ୍କ ତାଜା ରକତ

ମାନବ ପାଳେ ଦାନବ ବେଶେ

  ନବବର୍ଷ ସ୍ୱାଗତ ।।


ନୀରିହ ଯିଏ ପାଟି ଫିଟେନା

 ହସି ହସି ମାରଇ 

ନାଲି ରକତେ ହସି ହସି ସେ

 ନବବର୍ଷ ପାଳଇ 

 ସ୍ୱାଗତ କରରେ ତୁହି

ବିନାଶ ନୁହେଁ ସୃଷ୍ଟିଟିଏ କର

 ଆନନ୍ଦ ମିଳିବ ତହିଁ ।।


 ମନକୁ ଯେବେ ସ୍ୱଛ କରିବ

 ହିଂସା ଦ୍ୱେଷ ବର୍ଜନ କରିବ

  ଭାଇଚାରା ବୀଜ ରୋପିଦେବ

  ସଭିଙ୍କ ମୁଖେ ହସ ଭରିବ

  ଦୁଃଖିର ଦୁଃଖେ ସାଥି ହୋଇବ

  ପାଳନର ସାର୍ଥକ ପାଇବ ।।

 କହିବ ହୋଇ ହର୍ଷ

 ସ୍ୱାଗତ ନବବର୍ଷ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational