The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Pranati Mahapatra

Inspirational

4  

Pranati Mahapatra

Inspirational

ଆସ ଯିବା ଭଦ୍ରକ ଜିଲ୍ଲା

ଆସ ଯିବା ଭଦ୍ରକ ଜିଲ୍ଲା

1 min
80


ବାଲେଶ୍ଵର ଜିଲ୍ଲାରୁ ଯେ ହୋଇଛି ବିଭକ୍ତ

୧୯୯୩ ଏପ୍ରିଲ ୧ ରେ ହୋଇଲା ଭଦ୍ରକ

ଆୟତନ ଅଟେ୨୬୭୭ ବର୍ଗକିଲୋମିଟର

୧୨୫ କି.ମି ଦୂର ରାଜଧାନୀ ଭୁବନେଶ୍ବର।


ବୈତରଣୀ ସାଳନ୍ଦୀ ମନ୍ତେଇ ଖରସ୍ରୋତା

ମୁଖ୍ୟନଦୀ ଶାଖାନଦୀ କହନ୍ତି ତା କଥା

ସାଂସ୍କୃତିକ ପରମ୍ପରା ପାର୍ଶ୍ଵ ନାଥ ସମୟରୁ

କୋପକଟକ ବା କୁପାରୀ ଧର୍ମ ପ୍ରଚାରରୁ।



ରହଣିଆ ପୋଖରୀର ଯେ ଚାରିପାରୁଶ

ଚବିଶ ତୀର୍ଥଙ୍କର ମୂର୍ତ୍ତି ହୋଇଥିଲା ସ୍ଥାପିତ

ରାଜ୍ୟ ସଂଗ୍ରହାଳୟେ ଏବେ ସୁରକ୍ଷିତ

ଏବେବି ପୋଖରୀ କୂଳେ ଛନ୍ତି ପାର୍ଶ୍ଵନାଥ।



ବୌଦ୍ଧ ଧର୍ମର ନାମାନୁସାରେ ହୋଇଛି ଧାମନଗର

ମରହଟ୍ଟା ଶାସକ ଜାନେଜୀ ଙ୍କ ନାମେ ଜାନୁଗଞ୍ଜ ନାମ ତାର

ଇନ୍ଦୋରର ରାଣୀ ଅହଲ୍ୟାବାଇ ପୋଖରୀ ଥିଲେ ଖୋଳାଇ

ରାଣୀ ତଲାଓ୍ଵ ରୁ ସେହି ଜାଗା ରାଣୀତାଲ ଅଛି ହୋଇ।


ପାର୍ଶ୍ଵନାଥ ଜୈନ ବୌଦ୍ଧାବଲମ୍ବୀ

ମରହଟ୍ଟା ମୋଗଲ,

ଶ୍ରୀଚୈତନ୍ୟ ରାମାୟଣ ଦାସ ନାନକ

ସାରଦା ଯେ ସନ୍ଥଗଣ।



ଶିକ୍ଷା କ୍ଷେତ୍ରରେ ଭାରି ଅଗ୍ରଗତି

କରିଛି ଆମ ଭଦ୍ରକ

୩୦୫ଉଚ୍ଚବିଦ୍ୟାଳୟ ୫୦୫ ମଧ୍ୟ ଇଂରାଜୀ

୯୧୬ ଯେ ପ୍ରାଥମିକ।



ଗୋପାଳ ଓଗାଳ ଲଉଡି ଖେଳ

ଭଦ୍ରକର ପରମ୍ପରା

ଗୁଣ୍ଡୁଣି ଯାତ୍ରା ଭୂତକେଳି ନାଟ

ଲାଗେ ବଡ଼ ଅପାଶୋରା।



ସଂସାର ହିତୈଷୀ ହିତାନ୍ଵେଷୀ ମୁନି

ପୂଜା ଯେ ଅଟେ ନିଆରା,

ମକର ସଂକ୍ରାନ୍ତି ମହାସମାରୋହେ

ଗ୍ରାମାଞ୍ଚଳେ ପୂଜା ପରା।



ଚାନ୍ଦବାଲି ଚୂଡାମଣି ବାଉଦପୁରେ

ସାଧବଙ୍କ ସ୍ମୃତି ପାଇଁ,

ସାତଦିନ ବ୍ୟାପି ବାଲିଯାତ୍ରା ହୁଏ

କେବେ ଭୁଲି ହୁଏ ନାହିଁ।



ରାସଯାତ୍ରା ଚଢେୟା ଚଢେୟାଣୀ କଣ୍ଢେଇ ନାଚ

ଚୈତ୍ର ମାସରେ ବଂଶୀବଲ୍ଲଭଙ୍କ ତାମସା ଅଭିନୀତ

କୋଇଲି ସୁଆଙ୍ଗ ଦ୍ଵିତୀୟା ଓଷା ପାଟୁଆ ଘୋଡାନାଚ

ପାଲାଦାସକାଠିଆ ଭଦ୍ରକର ପ୍ରସିଦ୍ଧ।



ହରେକୃଷ୍ଣ ଙ୍କର ଗାନ୍ଧୀ କର୍ମବୀର

ଗାନ୍ଧୀ ବାଳାଶ୍ରମ ଗରଦପୁରର

କୁମ୍ଭାରିଆ ଆଶ୍ରମ ଭଣ୍ଡାରୀପୋଖରୀର

ଆହୁରି କେତେ ଅନୁଷ୍ଠାନ ଭଦ୍ରକର।



ଓଡ଼ିଶାର ଜାଲିଆନାଓ୍ଵାଲାବାଗ୍

ରକ୍ତତୀର୍ଥ ଇରମ

୩୦ସ୍ଵାଧୀନତା ସଂଗ୍ରାମୀ ଙ୍କ

ପ୍ରାଣବଳି ଏହି ସ୍ଥାନ।



ଆରଡିରେ ଆଖଣ୍ଡଳମଣି

ଅଣିଜୋ ସିନ୍ଦୁକେଶ୍ଵର

ଚାନ୍ଦବାଲି ଧାମରେଇ ମନ୍ଦିର

ପ୍ରସନ୍ନ ଖେମେଶ୍ଵର।



ବାହାଦୁଲ ନଗର ମକର ମେଳା

ବାରିକପୁରର କାଳୀତ୍ରା ପୀଠ

ଫେକର ଫେରୋକ୍ରମ କାରଖାନା

ଭଦ୍ରକର ପରା ପ୍ରସିଦ୍ଧ ସ୍ଥାନ।



ହରେକୃଷ୍ଣ ମହମ୍ମଦ ନୀଳମଣି ଚକ୍ରଧର

ଗୋକୁଳାନନ୍ଦ ଭାଗବତ ରାମଚନ୍ଦ୍ର ମୁରଲୀଧର

ହୃଦାନନ୍ଦ କମଳାକାନ୍ତ ଗୌରଚନ୍ଦ୍ର ମହାପାତ୍ର

ସୀତାବିବାହର ପ୍ରଯୋଜକ ଯେ ମୋହନ ସୁନ୍ଦର।



ଭଦ୍ରକର ଭଦ୍ରକାଳୀ ମନ୍ଦିର

ଅଟେ ମୁଖ୍ୟ ଶକ୍ତିପୀଠ,

କଳା ସଂସ୍କୃତି ଐତିହ୍ୟ ରେ ଭରା

ଆମରି ଜିଲ୍ଲା ଭଦ୍ରକ।


Rate this content
Log in