STORYMIRROR

Pranati Mahapatra

Action Classics

4  

Pranati Mahapatra

Action Classics

ମୁଖେ ନାହିଁ ତା'ର ହସ

ମୁଖେ ନାହିଁ ତା'ର ହସ

1 min
239

କେତେ ଯେ ଯାତନା ଜୟ ପରାଜୟ

ଦେଖି ଦେଖି ସେ ନୀରବ,

ସୁନ୍ଦର ବଦନ ହସ ହସ ମୁଖ

କିଏ ତାକୁ ଫେରେଇବ।


ବିଶାଳ ହୃଦରେ ବାନ୍ଧି ରଖିଥାଏ 

ଏ ସାରା ଜଗତ ସିଏ,

ଜଗଜ୍ଜନ ମୁଖେ ହସ ବୁଣିଦେଇ

ଖିଲି ଖିଲି ହସୁଥାଏ।


ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ର ଗ୍ରହାଣୁ ପୁଞ୍ଜ

ସପ୍ତଋଷି ସାଥେ ଧରି,

ବାରମାସ ଛଅଋତୁ ପକ୍ଷ ବର୍ଷ

ସବୁ ଭିଆଣ ତାଙ୍କରି।


ସବୁରି ମଧ୍ୟରେ ସମନ୍ୱୟ ରଖି 

ହେଉଅଛି ଦିନରାତି,

ଦିବ୍ୟଜ୍ଞାନୀ ନର ଭୁଲି ଉପକାର

ଦେଖାଉଛି ତାର ଭୀତି।


ସବୁ ଫଳ ପରା ଓଲଟା ଫଳୁଛି 

ନ ହେବା କଥା ହୁଅଇ,

ଜଗତବାସୀଙ୍କ ନୟନରୁ ଲୁହ

ପୋଛିବ ବସି ଭାବଇ।


ଆକାଶ ଆଖିର ବୁନ୍ଦା ବୁନ୍ଦା ଲୁହ

କେବଳ ଦେଖେ ଆକାଶ,

ଆକାଶ ଯେ ଦେଖ ମଉନ ରହିଛି

ମୁଖେ ନାହିଁ ଟିକେ ହସ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action