STORYMIRROR

Swarnalata Pati

Action Classics Others

3  

Swarnalata Pati

Action Classics Others

ଭକ୍ତର ଭଗବାନ

ଭକ୍ତର ଭଗବାନ

1 min
53

ଆଷାଢ଼ ଶୁକ୍ଲର  ଦ୍ୱିତୀୟା ତିଥିରେ

  ପ୍ରଭୁ ବସିବେ ରଥରେ

ଭାଇ-ଭଉଣୀଙ୍କୁ  ନଅଦିନ ପାଇଁ

  ନେବେ ଗୁଣ୍ଡିଚା ଯାତରେ।


କୋଟି କୋଟି ଭକ୍ତ  ବିଷାଦରେ ଘାରି

   ହେଉଥିଲେ ଜଗନ୍ନାଥ

ଧନ୍ଯ ତୁମେ ଭକ୍ତ  ବିଶ୍ବାସ ଜିତିଲ

  ଜଗତ ହେଲା ନିଶ୍ଚିତ। 


ନନ୍ଦିଘୋଷ ତୁମ  ଯିବ ବଡଦାଣ୍ଡେ

  କପଟୀ କି ଲୀଳା କଲ! 

ମାଆ-ମାଉସୀଙ୍କ ରଙ୍କୁଣୀ ଧନଗୋ

  ଧୈୟ୍ଯର ପରୀକ୍ଷା ନେଲ। 


ମାୟାଧର ବାୟା  କରିଲ କାଳିଆ! 

   ଭାବ ବିନୋଦିନୀ ହରି

ବଡଦାଣ୍ଡ ଗହଳି ପସନ୍ଦ ନହେଲେ

  ଯାଉଛୁ ଆମେ ଓହରି। 


ବଡ ଦେଉଳରୁ ବାହାରି ବୁଲିଲେ

  ଦୁଃଖ ଦେଖିବ ଆଖିରେ

ମହାମାରୀ, ଯୁଦ୍ଧ ଆତଙ୍କ ଆଣିଛି

  ଡାକୁଅଛୁ ବିକଳରେ। 


ସୁଦର୍ଶନ ଚକ୍ର  ପେଷଣ କରହେ

  ମହାମାରୀ ଦାଉ ରଖ

ସର୍ବପାପୁ କ୍ଷମା କରିଣ ପ୍ରଭୁ ହେ!! 

  ତୁମ ଯଶ ତୁମେ ଟେକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action