STORYMIRROR

Pranati Mahapatra

Inspirational Children

4  

Pranati Mahapatra

Inspirational Children

ପବିତ୍ର ଦୀପାବଳି ଗୁହାରୀ

ପବିତ୍ର ଦୀପାବଳି ଗୁହାରୀ

1 min
176


ଆନ ଖୁସି ଆନ ଅଗ୍ରଗତି ପାଇଁ 

  ଦିଏ ଯିଏ ବଳୀଦାନ,

ଏହି ଜଗତରେ ସେ ଅଟେ ମହାନ 

   ଦୀପ ତା ଉଦାହରଣ।


କ୍ଷୁଦ୍ର ଦୀପ ସିନା ଉଜ୍ଜ୍ୱଳ ଆଲୋକେ

    ଆବାହନ କରେ ଦେବ,

ସେହି ଦେବାଦେବୀ ପ୍ରଫୁଲ୍ଲିତ ମନେ

     କରିଥାନ୍ତି ସର୍ବଶୁଭ।


ଏହି ଦେବ ଦୀପାବଳି ପିତୃପୁରୁଷଙ୍କୁ

   ବରଷକେ ଏହି ଦିନେ,

ପିଣ୍ଡଦାନ କରି ପିପାକାଠି ଜାଳି

   ପରମ୍ପରା ସ୍ମରି ମନେ।


ଆଲୋକରେ ଆସି ଅନ୍ଧାରରେ ଯାଅ 

   ଆସ ହୋ ବଡ଼ବଡୁଆ,

ତବଶାନ୍ତି ପାଇଁ ଗୁଡ଼ ଆଖୁ ଅଦା 

    ମିଶ୍ରଣ ଯବ ଛତୁଆ।


ସଭିଙ୍କୁ କୁଶଳେ ସର୍ବ ଦେବାଦେବୀ 

   ରଖନ୍ତୁ ଘଣ୍ଟଘୋଡେଇ,

ଅଜ୍ଞାନ ଅନ୍ଧାର ଦୂରକରି ମନୁ

  ଜ୍ଞାନ ଦୀପ ଜାଳିଦେଇ।


ସଭିଙ୍କର ଭାଗ୍ୟ ଉଜ୍ଜ୍ବଳ ହେଉ

  ଏହି କାମନା ମୁଁ କରେ,

ରୋଗ ଦୁଃଖ ହେଉ ଦୂରୀଭୂତ ପ୍ରଭୁ

   ଶୁଣ ମୋ ଗୁହାରି ବାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational