STORYMIRROR

Soumyajit Panda

Inspirational

4  

Soumyajit Panda

Inspirational

ପତିତା

ପତିତା

1 min
27.7K


ପତିତା

ତୁମେ ଯେଉଁ ଅନ୍ଧଗଳିକୁ ଆସ
ମୁଁ ସେହି ଗଳିର ଦାସୀ।
ତୁମେ ଛାଡି ଥିବା ଶେଯ ଉପରେ
ମୁଁ ମଉଳା ଫୁଲଟେ ବାସି।
ତୁମ ଗୁପ୍ତ ବାସନାର ଜଳାକବାଟିରେ
ଅସ୍ତ ସୁରୂଜ ଛବି !
ଧରି ରଖିବାକୁ ଚେଷ୍ଟା କର
ହେଲେ, ଯାଏ ମୁଁ ହାତରୁ ଖସି।
ତୁମେ ଚନ୍ଦ୍ରମା ହେଇ 
ଆକାଶରେ ଦେଲେ ହସି,
ନିସର୍ତ୍ତରେ ଆସି ପ୍ରଣୟ 
ବାଢେ ମୁଁ ମୁଖେ ଥାଏ ମୋର ଖୁସି।


ତୁମେ ସୀମାହୀନ ଏକ ସରଳରେଖାଟେ,
ମୁଁ ତ ଏକ କ୍ଷୁଦ୍ର ବିନ୍ଦୁ।
କାହିଁକି କେଜାଣି ଫେରି ଆସ ତୁମେ
ଆକାଶରେ ଥିଲେ ଇନ୍ଦୁ।
ଦିବା ଆଲୋକରେ ମୋ ଦୁଆରେ
ତୁମେ ଘୃଣାର ପସରା ବାଢ,
ରାତ୍ରିର ଅନ୍ଧାରେ ନିର୍ଜନ ବେଳାରେ
ମାଂସର କୋଣାର୍କ ଗଢ ।
ତୁମ ଜୀବନର ରଫ୍ ଖାତାରେ
ଅବା ଏକ ଭୁଲ୍ ଧାଡ଼ି।
ସଜାଡିବାକୁ ତତତ୍ପର ତୁମେ
ହେଲେ ପାରନା ସଜାଡି।
ଯଦି ମୁଁ ପତିତା,
ମୋ ଦୁଆରେ କାହିଁ ଜଗତ ଯାକର ଭିଡ଼,
ମୋ ଦୁଆର ମାଟି ଲୋଡ଼ା କାହିଁ
ଏଠି ଗଢିବାକୁ ଦେବୀ ମେଢ । 

              ***


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational