STORYMIRROR

Soumyajit Panda

Others

4.0  

Soumyajit Panda

Others

ଦେବୀ

ଦେବୀ

1 min
40.5K


       ଦେବୀ
      
ତୁମେ କେତେ ଖୋଜିଛ !
ମା'ର ଲୁହରେ,
ରକ୍ତର ସୁଅରେ,
ଅରଟର ସଙ୍ଗୀତ ଭିତରେ,
ଅବା ଲାଲକିଲ୍ଲାର ଉତ୍ତାଙ୍ଗ ଶିଖରେ, 
ହେଲେ କ'ଣ ବା ମିଳିଛି ସତରେ ?

 

ନା କେବେ ନୁହେଁ
ତୁମେ ମୋତେ ଦେଖିନାହଁ,
କେବଳ ଶୁଣିଛ.....
ମୁଁ ଦେବୀ ନ୍ୟାୟର
କେଉଁ ଏକ ପରିତ୍ୟକ୍ତ
ଆଦର୍ଶର ମନ୍ଦିର ଭିତରେ
ବନ୍ଦୀ କେଉଁ ଅନାଦି କାଳରୁ ।

 

ତୁମେ ନିଜକୁ ମିଛ କହିପାର
ମୋତେ ପାଇବାର ଭ୍ରମଟେ ଭିଆଇପାର,
ମିଛିମିଛିକା ବାଲିରଜା ପରି
ଗାନ୍ଧାରୀକୁ ଠିଆ କରି 
ଧରାଇ ଦେଇପାର ନିକିତି ଓ ଛୁରୀ 
ଦେଇପାର ତାକୁ ମୋର ପରିଚୟ
ହେଲେ ସେ ଜାଣେନା ମୁଁ ଯାହା ଜାଣିଛି । 

 

ମତେ ଖୋଜ ନାହିଁ ବନ ଉପବନ ଗିରି
ପର୍ବତ କନ୍ଦର ଅବା ମହୋଦଧି ତୀରେ
ମୁଁ ଅଛି ତୁମ ଆସୁମାରୀ ସ୍ୱପ୍ନର
କବର ଖାନାରେ,
ଥରୁଟିଏ ମୋତେ ତୁମେ
ଖୋଜିବାକୁ ଆସିବ
ବାଟବଣା ହେଲେ, ଆଖି ବୁଜି
ହୃଦୟଠୁଁ ବାଟ ବୁଝିନବ
ଆତ୍ମା ତ ବିକି ସାରିଛ...
ଆଶା କରେ

ହୃଦୟଟା ନିରପେକ୍ଷ ଥିବ ।

          
                °•°•°•°


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍