STORYMIRROR

Soumyajit Panda

Others

4  

Soumyajit Panda

Others

ବିଚିତ୍ର ଅନ୍ଧାର

ବିଚିତ୍ର ଅନ୍ଧାର

1 min
26.5K


ବିଚିତ୍ର ଅନ୍ଧାର
*********
ତୁମେ ବୋଧେ ଦେଖିଥିଲ
ମୋ ଭିତରେ ଅନାସ୍ଥା ଅନ୍ଧାରରେ
କୁହୁଡି ପହଁରିବାର ପ୍ରଗଳ୍ଭ ପ୍ରୟାସ।
ମୁଁ ଦେଖିଛି ରାଶି ରାଶି ବାଲି
ଆଉ ତା'ଭିତରେ ତୁମର ସନ୍ଧାନ।
ଡାହାଣୀ ଆଲୁଅର ନଗ୍ନ ଅନ୍ଧାରରେ,
ତୁମର ସେ ବିଚିତ୍ର ରୂପ।
ବଡ଼ ବିଚିତ୍ର ସେ ଅନୁଭୂତି
ମଧୁର ସନ୍ଧାନେ ଯାଇ
କ୍ଷତାକ୍ତ ହେବାର ବିବୃତି।
ଆଖି ତଳ ଲୁହ ଓଠ କମ୍ପନ
ହୃଦୟର କୋହଭରା ଗୀତ।
କେବେ ଭାବିଛ ?
କେବେ ଭାବିଛ କେତେ କଷ୍ଟ
ସ୍ମୃତିକୁ ସମ୍ଭାଳି ରଖିବା।
ଭାବନାରେ ବୁଡିଯାଇଶ୍ୱାସରୁଦ୍ଧ ହେବା ।
ବନ୍ଦ କୋଠରୀ ଭିତରେ
ଆଖି ବୁଜି ନିଜକୁ ଖୋଜିବା।
ତଥାପି ତୁମକୁ ଖୋଜେ
ଜହ୍ନ ଆଲୁଆର ସେହି ମଉଳା ସଞ୍ଜରେ।
ଦୀପଶିଖା ଲିଭିଗଲା ପରେ
ତୁମର ସେ ପରିଚିତ ଅନ୍ଧାର ଭିତରେ।
ବୃଦ୍ଧ ମଧୁକର କି ଅବା କରିବ
ଦଂଶିଲେ ମରିବ ନ ଦଂଶିଲେ
ଫୁଲ ମଉଳିବ.....।
          °°°
            -ସୌମ୍ୟଜିତ୍ ପଣ୍ଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍