STORYMIRROR

Soumyajit Panda

Inspirational

3  

Soumyajit Panda

Inspirational

ଅଶ୍ରୁତ ସ୍ଵର

ଅଶ୍ରୁତ ସ୍ଵର

1 min
26.7K


   ଅଶୃତ ସ୍ୱର
**********************    
ତୁମ ପାଇଁ ଦେଖିଥିବା
ସବୁ ସ୍ୱପ୍ନ ହଜିଯାଏ।
ତୁମ ପାଇଁ ଲେଖିଥିବା
ସବୁ ଶବ୍ଦ ଲିଭିଯାଏ।
ମୋର ସବୁ ପ୍ରଶ୍ନ ଆଗରେ
ତୁମେ ଅଛ ବୋଲି,
ତା'ର ଉତ୍ତର ଖୋଜେନା।
ଡରେ କାଳେ ଉତ୍ତରଟା
ମିଳିଗଲେ ତୁମେ ଯିବ ଚାଲି।
ତୁମ କବରୀ ବାସ୍ନାରେ
ମନ ମୋ ମହକି ଯାଏ।
ଅନାହତ ହୃଦୟର ନୀରବ କ୍ରନ୍ଦନ
ଶୁଣିଛ ତୁମେବି ହୃଦୟ ବେଳାରେ।
ହେଲେ ମୋ ପାଇଁ ତୁମ ପାଶେ ସମୟ ନଥାଏ।
ତୁମେ ମୋର ମୃଗତୃଷ୍ଣା
ମୁଁ ତୁମ ପଥିକ।
ତୁମ ଛଳନା ଶବ୍ଦ ଭିତରେ
ହଜିପାରେ ଧ୍ୱନିଟିଏ ହୋଇ 
           •••••


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational