ମାଓ
ମାଓ


ମାଓ
ସୌମ୍ୟଜିତ୍ ପଣ୍ଡା
ପୋଛିଦିଅ ସବୁ ଲୁହ
ନହେଲେ ପିଇଦିଅ ସବୁତକ
କିଛି ନହେଲା ନାହିଁ ଓଠର ଶୋଷ ତ ମରିବ,
ସେଇଟା ତ ତୁମ ପାଇଁ
ଶହେ ଜନମ ଅପେକ୍ଷାର ଫଳ ।
ଏଇଥି ପାଇଁ ଧାଇଁଥିଲ ନା
ମାୟାବିନୀ ରାତ୍ରିଚର ପରି
ଦୂରନ୍ତ ମରିଚିକା ଦିଗ୍ବଳୟ ଯାଏଁ,
ମୁଁ ବି ତ ଧାଇଁଥିଲି ତୁମ ସାଥେ
ସବୁଥର ଉନ୍ମତ ପ୍ରାୟ ହେଇ ।
pan> କାହିଁ ମୋତେ ତ ମିଳିଲାନି କିଛି, ତୁମକୁ ମିଳିଛି... ପିଇ ନିଅ, କାଳେ ପୁଣି ନମିଳିବ ପରେ । ଅମୃତ ଫଳକୁ ଦାନ କରିଦେଲ ଅପାତ୍ରରେ ଖୋଜିଲେ ତାକୁ ପାଇବ, କେଉଁ ଗଣିକାର ବାସର କୋଠିରେ, ଏକ ରକ୍ତାକ୍ତ ପିଆଲା ଭିତରେ । ସେ ରକ୍ତ ଝରିବା ଆଗରୁ ପଚାରିବ ଗୋଟିଏ ପ୍ରଶ୍ନ, କ'ଣ ପାଇଲ ମୋତେ ଝରାଇ, ଧର୍ମ, ସ୍ୱାଧିନତା ନା ହିଂସା ? ••••