Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Soumyajit Panda

Inspirational

4  

Soumyajit Panda

Inspirational

କାଠଘୋଡା

କାଠଘୋଡା

1 min
13.5K


କାଠଘୋଡ଼ା
-------°-------


ବାପା ଗୋଟେ କାଠ ଘୋଡା
ଜୀବନର ଅନ୍ତ ଯାଏଁ ।
ସେ ଘୋଡାର ଆଖି ନୀଳ,
ଅନନ୍ତ ସାଗର ପରି ।
ତାର ଭାବ ସୁଦୂରପ୍ରସାରୀ 
ଆକାଶରେ ସାଗରର ଛବି ପରି ।
ସେ ଆଖି, ଆଖି ନୁହେଁ ସ୍ୱପ୍ନର ଭଣ୍ଡାର,
ସେ ସ୍ୱପ୍ନ, ସ୍ୱପ୍ନ ନୁହେଁ କାମନା ଅପାର ।


ପ୍ରତିଦିନ ସ୍ୱପ୍ନ ଦେଖି ସବାର୍ କୁ ନେଇ,
କେବେ ବି ପାରେନା 
ତାକୁ ପାଖରୁ ଦୂରେଇ ।
ଏମିତି ସମୟ ଆସେ,
ଝରି ଯାଏ ସବୁ ରଙ୍ଗ ସେ ଘୋଡାର
ଦେହକୁ ସମୟ କୀଟ ଖୋଳ କରେ
ଭ୍ରମିତ ସବାର୍ ତାକୁ ପିଙ୍ଗି ଦିଏ
ଅଳିଆ ଗଦାକୁ ।
ହେଲେ କ୍ଷତାକ୍ତ ଘୋଡାଟା 
କେବେ ଭୁଲେ ନାହିଁ 
ସବାର୍ ଜଣକୁ...।
          
         


Rate this content
Log in