Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Soumyajit Panda

Others

4  

Soumyajit Panda

Others

ନଦୀ

ନଦୀ

1 min
13.4K


ନଦୀ

ସୌମ୍ୟଜିତ୍ ପଣ୍ଡା

ଏ ନଦୀ,
କରୁଣା ଦେ
କସ୍ତୁରୀ ଦେ
କୈସ୍ତୁଭ ଦେ
କୈମୁଦୀ ଦେ
କାଲିଯାଏଁ ହଜିଥିବା ଅତୀତ ଦେ


ଏ ନଦୀ,
ଖୁସି ଦେ
ଖୁଆ ଦେ
ଖୋସା ଦେ
ଖାଦନ ଦେ
ଖସି ଯାଇଥିବା ସପନ ନକ୍ସା ଦେ ।


ଏ ନଦୀ,
ଗଗନ ଦେ
ଗୁମାନ ଦେ
ଗୌରବ ଦେ
ଗୀଟାର୍ ଦେ
ଗଡ଼ାଣିଆ ବାଟେ ଗଡିଯାଉଥିବା ଜୀବନ ଦେ ।


ଏ ନଦୀ,
ଘର ଦେ
ଘସି ଦେ
ଘିଅ ଦେ
ଘାଟ ଦେ
ଘୋରା ହୋଇଥିବା ଚନ୍ଦନ ଦେ ।


ହେ ମୋର ନଦୀ
ମୁଁ ତତେ କିବା ଦେବି
କୋଡିଏ ଫୁଟର ଖନ୍ଦ,
ଖୋଳା ହୋଇଥିବା ବନ୍ଧ,
ଗନ୍ଧର ପୁଣି ପୁରିଥିବା ଉପତ୍ୟାକା,
ଘାରିଥିବା ତୋର ବର୍ଜନା କଳେବ
ଏ ନଦୀ,
ତୁ ମତେ ଦେଇଛୁ ସ୍ୱର୍ଣ୍ଣ ଗଙ୍ଗାର ଧାର,
ମୁଁ କରିଛି କୋଟି କାଙ୍କାଳସାର ।


****

 


Rate this content
Log in