ଜୀବନ
ଜୀବନ
ଜୀବନ
ମୁଁ, ତମେ ଓ ଆମେ
କେତେ କାଳ ଏଇମିତି
ପ୍ରତ୍ୟେକ ମୂହୁର୍ତ୍ତର ପ୍ରଶ୍ୱାସରେ ମରୁଥିବା,
ପାପର ପିପାସା, ମନର ଓରମାନ ଦେହର ଦାହ
ଲହୁ ଓ ଲୁହର ମିଶି୍ରତ କୋହ,
କିଛି ସମୟର ରୋମାଞ୍ଚରେ
ବାଣ୍ଟି କୁଣ୍ଟି ମେଣ୍ଟେଇବାର ସୁଖ ସ୍ୱପ୍ନ ଲାଗି
ଚର୍ବଣ, ଚୋଷଣ, କର୍ଷଣ
ଶୋଷଣ, ଧର୍ଷଣ, ଆଲିଙ୍ଗନ ଓ ଚୁମ୍ବନର
ନିର୍ବାପକରେ ସୃଷ୍ଟ ବିବିଧ ଦୁଃଖ ଅବସାଦ,
ବିବର୍ଜିତ ନିରାନନ୍ଦ ଚତୁରତାର ବିବରଣୀ!
କେତେକାଳ ଏଇମିତି ପଢ଼ୁଥିବା ପଢ଼ାଉଥିବା
ଜୀଇଁ ଥାଉଥାଉ ପ୍ରତିମୂହୁର୍ତ୍ତରେ ମରୁଥିବାର କାହାଣୀ!
ମଶାଣିର ହିଡ଼ରେ ଦେହର ହାଡ଼,
ପେଟ, ପିଠି, ଗର୍ବ ଓ ଦାମ୍ଭିକତାର ଦାଢ଼,
ମଟାଳ ମାଟିରେ କୁର୍ମର ପାଟିରେ,
ଅଗ୍ନିର ଉତ୍ତପ୍ତ ଉଦ୍ଧତ ଲେଲିହାନ ନିଆଁ ଖୁଣ୍ଟାରେ,
ଲୋଭିଲା କମନୀୟ ନାଚାର ନଗ୍ନ ଦେହ ହେବ ଅବଶ,
ଜଳିପୋଡ଼ି ନିର୍ବିଶେଷରେ ହୋଇଯିବ ମୁଠାଏ ମାତ୍ର ପାଉଁଶ ।
ମୃତୁ୍ୟ – ସତ୍ୟ, ଶିବ ଓ ସୁନ୍ଦର
ନୁତନ ଏକ ଜନ୍ମର ଉଜ୍ଜ୍ୱଳ ଜୀବନର ଅୟମାରମ୍ଭ,
ଆସ ବଂଧୁ ଜୀବନଥାଇ ମୃତବତ୍ ଦେହର ମନର ଆତ୍ମାରେ
ଅନ୍ୟକୁ ସୁଖବାଣ୍ଟି ପର ଓଠରେ ଫୁଟାଇବା ହସ,
ଆତ୍ମତୃପ୍ତିର ଶୀତଳ ଦୀର୍ଘ ପ୍ରଶ୍ୱାସରେ
ଅନୁଭବିତା ଆତ୍ମବିଶ୍ୱାସର ରାସ ।
ଆତ୍ମା-ପରମାତ୍ମା, ସ୍ରଷ୍ଟା ଓ ସୃଷ୍ଟିର ଅପୂର୍ବ ମିଳନରେ
ଉସôବ ମୁଖରିତ ହେବ ଅମୃତ ଚିନ୍ତା ଓ ଚେତନାରେ
ସାଗର, ମର୍ତ୍ତ୍ୟ, ଦଶଦିଗ ଓ ଆକାଶର ଚତୁଃପାଶ୍ୱର୍,
ମନ, ପ୍ରାଣ, ଶରୀର ଓ ଆତ୍ମାର ଅତିନ୍ଦି୍ରୟତାରେ
ମହକିବ ଚହଟିବ, ପବିତ୍ରାନନ୍ଦ ଚନ୍ଦନର ବାସ,
ପ୍ରକମ୍ପିତ ହେବ ହୃଦୟର ତନ୍ତ୍ରୀରେ ସୁନ୍ଦର ଜୀବନର ଉଚ୍ଛ୍ୱାସ ।