STORYMIRROR

Pranati Mahapatra

Others

3  

Pranati Mahapatra

Others

ଅନୁଭୂତି ମୋ ପଢାଘର

ଅନୁଭୂତି ମୋ ପଢାଘର

1 min
366


ବନ୍ୟା ପ୍ରଭାବିତ ଅଞ୍ଚଳବାସୀ ମୁଁ 

ଯାଜପୁରେ ମୋର ଘର,

ବନ୍ୟା ନେଇଗଲା ତା ବଢି ପାଣିରେ

ଭସାଇ ମୋ ପଢାଘର।


ଚାରି ଭାଇଭଉଣୀଙ୍କ ସହ ମିଶି 

ମୁଣ୍ଡରେ ହାତ ଦେଲୁ,

ଷାଣ୍ମାସିକ ପରୀକ୍ଷା ଆଗକୁ ଥିଲା

କି ପାଠ ଲେଖିବୁ ଭାବିଲୁ।


ଝାଟିମାଟିର ଚାଳିଆଟେ କରି

ପରିବାର ସହ ରହି,

ରୋଷେଇ କରିବା ଖାଇବା ଶୋଇବା

ଚିନ୍ତା ଯେ ଦିଏ ବଢାଇ।


ସର୍ବେ ମିଳିମିଶି ବାଉଁଶ ବତାରେ

ତିଆରିଲୁ ପଢାଘର,

ସାଙ୍ଗସାଥୀ ଠାରୁ ବହି ମାଗି ଆଣି

ପଢାରେ ହେଲୁ ତତ୍ପର।


ପଢାଘର ଗୋଟେ କୋଣେ ଗଣେଶ ଓ

ସରସ୍ୱତୀ ରଖି ଦେଇ,

ପାଠପଢା ଆଗୁ ସକାଳ ସଞ୍ଜରେ 

ଦେଲୁ ଧୂପଦୀପ ଦେଇ।


ଉଲୁଗୁଣି ଟାଙ୍ଗି ଲୁଗାପଟା ରଖୁ 

ଆରକୋଣେ ସବୁ ଆମେ,

ସନ୍ଧ୍ୟା ହେଲେ ପ୍ରାର୍ଥନା କରିଦେଇ

ପଢିବାକୁ ବସୁ ସର୍ବେ।


ଗଣିତ ସାହିତ୍ୟ ବିଜ୍ଞାନ ଇଂରାଜୀ

ଭୂଗୋଳ ଓ ଇତିହାସ ,

ପାଠପଢି ପରୀକ୍ଷାରେ ପ୍ରଥମ ଯେ

 ମାଆ ମୁଖେ ଫୁଟେ ହସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍