STORYMIRROR

Pranati Mahapatra

Others

3  

Pranati Mahapatra

Others

ଔପନ୍ୟାସିକ ପଦ୍ମବିଭୂଷଣ ଗୋପିନାଥ

ଔପନ୍ୟାସିକ ପଦ୍ମବିଭୂଷଣ ଗୋପିନାଥ

1 min
443

ଔପନ୍ୟାସିକ ଗୋପୀନାଥ ମହାନ୍ତି

ଜନ୍ମ ୨୦ ଅପ୍ରେଲ୧୯୨୧୪

ଇହଲୀଳା ୨୦ ଅଗଷ୍ଟ ୧୯୯୧


ଓଡିଶା ରାଇଜେ କଟକ ଜିଲ୍ଲାର

ନାଗବଳୀ ବୋଲି ଗ୍ରାମେ,

କୋଡ଼ିଏ ଅପ୍ରେଲ ଉଣେଇଶ ଚଉଦ

ଜନ୍ମ ଗୋପୀନାଥ ନାମେ।


ସ୍ଵାଧୀନତା ପରବର୍ତ୍ତୀ ସମୟରେ

ଆରମ୍ଭିଲେ ସେ ତ ଲେଖା,

ସରଳ ନୀରିହ ସାଧାରଣ ଗ୍ରାମ୍ୟ

ଜୀବନୀ ସାହିତ୍ୟେ ଦେଖା।


ସାଧାରଣ ଆଞ୍ଚଳିକ ଭାଷା ଓଡ଼ିଆ

ପାହାଡି ଜୀବନ କାହାଣୀ,

୨୪ଟି ଉପନ୍ୟାସ ୨ନିବନ୍ଧ ୧୦କ୍ଷୁଦ୍ରଗଳ୍ପ

୩ନାଟକ୨ଆତ୍ମଜୀବନୀ।


କନ୍ଧ ଗଡବା ସଉରା ଭାଷାରେ

ପାଞ୍ଚ ପୁସ୍ତକ ରଚିତ,

ଲିଓ ଟଲଷ୍ଟୟଙ୍କ ୱାର୍ ଆଣ୍ଡ ପିସ

 ଓଡ଼ିଆ ଅନୁଦିତ।


ମନ ଗହୀର ଚାଷ ଉପନ୍ୟାସ

ଯେ ପ୍ରଥମ ପ୍ରକାଶିତ,

ଦାଦିବୁଢା,ପରଜା,ଅମୃତ ସନ୍ତାନ

ହରିଜନ, ଦୁଇପୁତ୍ର।


ଶରତବାବୁଙ୍କ ଗଳି,ରାହୁର ଛାୟା

ଶିବଭାଇ,ଦାନାପାଣି,

ସପନମାଟି,ଅପହଞ୍ଚ ଲୟ ବିଲୟ

ତାନ୍ତ୍ରିକର ବୁନ୍ଦାଏ ପାଣି।


ସାହିତ୍ୟ କ୍ଷେତ୍ରରେ ଦକ୍ଷ ବିନ୍ଧାଣି

ପଦ୍ମଭୂଷଣ ଗୋପୀନାଥ,

ଜ୍ଞାନପୀଠ ଏକାଡେମୀ ପୁରସ୍କାର

ଆମେ ତାଙ୍କ ପାଇଁ ଗର୍ବିତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍