ମାଆ
ମାଆ
1 min
222
ସେନେହ ମମତା ଆଦରରେ ଭରା
ଆମ ଏ ଉତ୍କଳ ଭୁଇଁ,।
ଧନୀ କି ଗରିବ କିଏ ବଡ଼ସାନ
ସେକଥା କା'ମନେ ନାହିଁ।
ଚାନ୍ଦ ଠୁ ଶୀତଳ ପୂଣ୍ୟ ଗଙ୍ଗାଜଳ
ଆମ ଏଇ ଟିକିମନ।
ଆଦର ସରାଗେ ପଦେ ମିଠା କଥା
ଲାଗଇ ଅମୃତ ସମ।
ଆସ ମୋର ବନ୍ଧୁ ଭାଇ ଓ ଭଉଣୀ
ଖେଳିବା ମନଖୁସିରେ।
ସାଙ୍ଗସାଥି ବନ୍ଧୁ ହୋଇ ମିଶିଯିବା
କାନ୍ଧ ମିଶେଇ, କାନ୍ଧରେ।
