STORYMIRROR

Pranati Mahapatra

Tragedy

3  

Pranati Mahapatra

Tragedy

ଅମାୟିକ ବ୍ୟକ୍ତି ଓମହାଗୁରୁ

ଅମାୟିକ ବ୍ୟକ୍ତି ଓମହାଗୁରୁ

1 min
466


ଭାରତୀୟ ରାଜନୀତିର ପିତାମହ ଭୀଷ୍ମ

ପ୍ରଣବ ଦା' ଘେନ ଭକ୍ତିଭରା ଶ୍ରଦ୍ଧାଞ୍ଜଳି,

ଭାରତର ସୁଯୋଗ୍ୟ ସନ୍ତାନ ତୁମେ

ଏ ଧରାକୁ ପୁନଃ ଆସ ସଭିଙ୍କର ଏ ଅଳି।


ପିତା ସ୍ଵାଧୀନତା ସଂଗ୍ରାମୀ କାମଦା କିଙ୍କର

ମାତା ରାଜଲକ୍ଷ୍ମୀ ମୁଖାର୍ଜୀଙ୍କର କୋଳେ,

୧୯୩୫ ମସିହା ଡିସେମ୍ବର ଏଗାରରେ

ଜନ୍ମିଲ ପଶ୍ଚିମବଙ୍ଗର ବୀରଭୂମିରେ।


ବିଦ୍ୟାସାଗର କଲେଜରୁ ବିଦ୍ୟାଳୟ ଶିକ୍ଷା 

କଲିକତା ବିଶ୍ଵବିଦ୍ୟାଳୟ ପଢା କଲେଜ ,

ରାଜନୀତି ବିଜ୍ଞାନ ଓ ଇତିହାସରେ 

ସ୍ନାତକ ଡିଗ୍ରୀ ହାସଲ କରିଲ ସେଠାରେ।


ରାଜନୀତି ପୂର୍ବରୁ କିରାଣୀ ଚାକିରି କରିଲ 

ଡେପୁଟି ଜେନେରାଲ କାର୍ଯ୍ୟାଳୟରେ,

ଚବିଶି ପ୍ରଗଣାସ୍ଥିତ ବିଦ୍ୟାସାଗର କଲେଜରେ

ଆସିଷ୍ଟାଣ୍ଡ ପ୍ରଫେସର ପଦେ ଯୋଗଦେଲେ।


ସ୍ଵଳ୍ପ ସମୟ 'ଦେଶର ଡାକ' ସମ୍ବାଦପତ୍ରରେ

ସାମ୍ବାଦିକତା ବି କରିଥିଲେ,

ଦକ୍ଷତା ଦେଖି ଶ୍ରୀମତି ଇନ୍ଦିରା କଂଗ୍ରେସରେ

ଯୋଗ ଦେବାକୁ ପ୍ରସ୍ତାବ ରଖିଲେ।


ଦେଶର ତେରତମ ରାଷ୍ଟ୍ରପତି ହୋଇ

ଦକ୍ଷ ରାଜନୀତିଜ୍ଞ ହୋଇଥିଲେ,

ପଦ୍ମବିଭୂଷଣ, ଭାରତ ରତ୍ନ ଉପାଧିରେ

ଅଳଙ୍କୃତ ହୋଇ ଦେଶର ଗୌରବ ବଢାଇଥିଲେ।


ତବ ଆବର୍ତ୍ତମାନରେ ସାରା ଦେଶ ଆଜି

ଜଣାଏ ଅଶୃଳ ଭକ୍ତି ଶ୍ରଦ୍ଧାସୁମନ,

ସାହିତ୍ୟିକ କବି ବନ୍ଧୁ ପରିବାର ତବ

ପାଦେ ଦେଉଛି ଶ୍ରେଷ୍ଠ ଶ୍ରଦ୍ଧାସୁମନ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy