STORYMIRROR

rasmi maye pati

Tragedy

3  

rasmi maye pati

Tragedy

ପାନ୍ଥଶାଳା

ପାନ୍ଥଶାଳା

1 min
28


ପଥପ୍ରାନ୍ତର ପଥିକଟିଏ ମୁଁ 

   ଦେଖୁଚି ପାନ୍ଥଶାଳାକୁ

ଦରଦୀ ହୃଦରେ ଛୋଟିଆ ପ୍ରଶ୍ନଟେ

  ପଚାରୁଛି ମୁଁ ମାଲିକଙ୍କୁ ।୧

ପାନ୍ଥଶାଳା କି ଶୂନ୍ୟ କରିଦେବ

   ଏହା କି ବିଚାର ତବ

ପୁରୁଣା ଅତିଥି ବିଦାୟ କରିବ

   କରିବ ନୂଆ ସ୍ବାଗତ।୨

କେତେ ରାତି ମୁହିଁ କେତେ ଦିନ ପୁଣି

  ଏଇଠି ବିତାଇ ଅଛି

ଆଜି କାଇଁ ମତେ ପାନ୍ଥଶାଳାଟି

  ଭିନ୍ନ ପରା ଲାଗୁଚି ।୩

କୁହ ହେ ମାଲିକ କେତେ ଦିନ ଆଉ

  କେତେ ରାତି ଅଛି ବାକି

ହିସାବ କରି କି କହିବ କି ଥରେ

  ମୋ ପାଳି କେବେ ପଡୁଛି ।୪


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy