STORYMIRROR

Rajakishore Mundi

Romance Tragedy

3  

Rajakishore Mundi

Romance Tragedy

ଶୀର୍ଷକ -ଚିଠିରେ ଚିଠିରେ

ଶୀର୍ଷକ -ଚିଠିରେ ଚିଠିରେ

1 min
231

ଆଖିର ଲୁହରେ

     ଲେଖୁଛି ମୁଁ ଚିଠି

         ଦେଇ ହୃଦୟର ରଙ୍ଗ

ତୁମ ଶୂନ୍ୟତାକୁ

     ସହି ମୁଁ ପାରୁନି

         ସହୁଛି ମୁଁ ଖାଲି ବ୍ୟଙ୍ଗ!!୧!!

ଭୁଲି ମୁଁ ପାରୁନି 

     ଭୁଲି ପାରିବିନି

         ତୁମ ସ୍ୱପ୍ନ ଭିଜା କଥା

ପ୍ରତିଟି ମୁହୂର୍ତ୍ତ

     ପାଉଛି ଆଘାତ

        ଘୁରି ମୋ ଯାଉଛି ମଥା!!୨!!!!

କାହିଁ କେତେ ଦିନୁ

     ରହିଗଲ ଦୂରେ

         ମୋ କଥା କି ମନେ ନାହିଁ

ତୁମ ଶୂନ୍ୟତାକୁ

    ଖୋଜୁଛି ମୁଁ ଆଜି

        ଲୁହ ଦୁଇଟୋପା ଦେଇ!!୩!!

ଦେଇଥିଲ ସ୍ୱପ୍ନ

     ଆଖିରେ ଅନେକ  

         ଉଡି ଯିବା ସାଥୀ ହୋଇ

ତୁମରି ସ୍ମୃତିକୁ

    ସାଇତି ରଖିଛି

        ପ୍ରତୀକ୍ଷାର ଅନ୍ତ କାହିଁ!!୪!!

ଅତୀତ ପୃଷ୍ଠାକୁ

     ଉନ୍ମୋଚନ କରି

         ଜାଣିନି କି ଲାଭ ଅଛି

ତଥାପି ମୁଁ ଖୋଜେ

      ତୁମକୁ କାହିଁକି

        ଯନ୍ତ୍ରଣାରେ ମରୁ ଅଛି !!୫!!

ତୁମେ ଦେଇ ଥିବା

      ଅସୁମାରୀ ସ୍ୱପ୍ନ

          ସ୍ମୃତି ହୋଇ ରହି ଗଲା

ତୁମ ଭାବନାର

    ମଧୁର ସଙ୍ଗୀତ

        ଫୁଲ ହୋଇ ଝଡି ଗଲା!!୬!!!!

ମୋର କିନ୍ତୁ ଏ 

    ନିରବ ପ୍ରତୀକ୍ଷା

        ଅନ୍ତ କେବେ ହେବ ନାହିଁ

ଫେରିବା ବାଟକୁ

    ରହିଥିବି ଚାହିଁ

        ମରିକି ଜୀଇଁବି ମୁହିଁ!!୭!!

ସବୁ କଥା ଲେଖି

    ହୁଏନା ଜୀବନେ

        କିଛି ରହି ଯାଏ ବାକି

କିଛି ସ୍ମୃତି ପୁଣି

    ଭୁଲି ହୁଏ ନାହିଁ

        ମନେ ରହି ଥାଏ ଆଙ୍କି!!୮!!

ଭୁଲ ଥିଲେ ଠିକ୍

     କରିଣ ପଢିବ

        ଦୋଷ ଥିଲେ କ୍ଷମା ଦେବ

ଦେଇଥିବା କଥା

     ନିଶ୍ଚୟ ରଖିବ

        ଚିଠି ପାଇ ଚିଠି ଦେବ!!୯!!

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance