STORYMIRROR

Rajakishore Mundi

Inspirational

3  

Rajakishore Mundi

Inspirational

ଭାରତ ମାତାର ବିଜୟ ଗାଥା

ଭାରତ ମାତାର ବିଜୟ ଗାଥା

1 min
427


ଭାରତବର୍ଷର      ନୀଳ ଆକାଶରେ

      ମୁକ୍ତିର ତ୍ରିରଙ୍ଗା ଉଡେ଼

ଭାରତ ମାତାର      ବିଜୟର ଗାଥା

      ନିନ୍ନାଦିତ ଚାରିଆଡ଼େ ।


ଗାନ୍ଧୀ ଗୋପବନ୍ଧୁ    ନେହେରୁ ପଟେଲ

      ଏ ଦେଶେ ଜନମ ହୋଇ

ଅହିଂସା ମନ୍ତ୍ରରେ     ସ୍ଵାଧୀନତା ଦେଲେ

       ସବୁ ଦୁଃଖ ଭୁଲି ଯାଇ ।


ମନେ ପଡେ ଆଜି     ବୀର ସନ୍ତାନଙ୍କ

      ଦେଶ ପାଇଁ ବଳିଦାନ

ବନ୍ଧୁକ ମୁନକୁ       ଖାତିର ନ କରି

      କରିଥିଲେ ଆନ୍ଦୋଳନ । 


ଶେଷ ରକ୍ତ ବିନ୍ଦୁ   ଦେହେ ଥିବା ଯାଏ

     ଛାଡିବୁନି କଲେ ପଣ

ପରାଧିନତାର       ଶୃଙ୍ଖଳ ଚିଣ୍ଡାଇ

     ରଖିଲେ ଜାତିର ମାନ ।


ଲିଭିଛି ଆଜି ମୋ    ଦେଶ ମାତୃକାର

     ଆଖି ଲୁହ ଜଳଧାର

ବିଜୟ ତ୍ରିରଙ୍ଗା    ଉଡେ ଫର ଫର

    ଦିଶେ କେଡେ ମନୋହର।


ପ୍ରତି ବର୍ଷ ଆଶେ     ସ୍ଵାଧୀନତା ପର୍ବ

      ଉତ୍ସବରେ ଉଠୁମାତି

ଭାରତ ମାତାର      ବିଜୟର ଗାଥା

     ଶୁଣି ଥରି ଉଠେ ଛାତି।


ବିଭିନ୍ନତା ମଧ୍ୟେ       ଏକତା ମନ୍ତ୍ରରେ

     ଆମେ ସବୁ ଭାରତୀୟ

ବିକାଶ କରିବୁ      ଆମେ ଭାରତର

      ଦ୍ଵିଗୁଣିତ ହେବ ଆୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational