STORYMIRROR

Rajakishore Mundi

Romance Classics

4  

Rajakishore Mundi

Romance Classics

ସ୍ବପ୍ନ ସୁନ୍ଦରୀ

ସ୍ବପ୍ନ ସୁନ୍ଦରୀ

1 min
272

ଚାନ୍ଦିନୀ ରାତିର       ପାହାନ୍ତି ପ୍ରହରେ 

    ଦେଖିଲି ସପନ ଥରେ

 ଆସୁଛି ମୋ ପ୍ରିୟା   ରୁଣୁ ଝୁଣୁ କରି

    ପାଦ ଥାପି ଧୀରେ ଧୀରେ।


ଓଢଣୀ ଟାଣିଛି       ମଥାରେ ତାହାର

      ଆଖିରେ କଜଳ ଗାର

ରୂପ ଝିଲି ମିଲି      ଗୋଲାପି ଓଠରେ

      ବେକରେ ଗଜରା ହାର।    


ଆସି ମୋ ପାଖେ    ବସିଲା ସେ ଧୀରେ

     ବିମୋହିତ ବାସ୍ନା ତାର

 ନାଲି ଓଠ ଧାରେ   ଆଙ୍କିଲା ସ୍ପର୍ଶରେ

      ପ୍ରୀତିରେ ଚୁମ୍ବନ ଗାର।


ଦେଖି ମୁଁ ନଥିଲି     ଏ ଜୀବନେ କେବେ

     ଅପରୂପ ରୂପବତୀ

ପ୍ରଥମ ଛୁଆଁରେ        ମୃଦୁ ପରଶରେ

   ଆଙ୍କିଲା ମୋ ମନେ ପ୍ରୀତି।


ସପନରେ ଆସି       ସପନ ପ୍ରୀୟସୀ

    ନିଦ ମାେ ଚୋରାଇ ନେଲା

ସରିଗଲା ରାତି       ଛାଡି ଗଲା ପ୍ରୀତି

     ସପନ ମୋ ଭାଙ୍ଗିଦେଲ।।


ଆତୁର ହୃଦୟେ      ତୃଷ୍ନା ଆବେଗରେ

     ମୃଗ କସ୍ତୁରୀର ଗନ୍ଧେ

ସୁବାସିତ ବାସ୍ନା        ରୂପ ମାଧୁରୀର

     ହୃଦୟେ ଭରୁଛି  ଛନ୍ଦେ।


ସ୍ମୃତି ଝରକାରେ      ପରଦା ଟାଣିଲେ

      ତଥାପି ବି ମନେ ଆସ

ପ୍ରୀତିର ପରଶ     ହୃଦେ ଆଣେ ରୋଷ

      ରହିଯାଏ ଅବଶେଷ।


ସେ ଦିନର ସ୍ମୃତି    ଝୁରୁଛି ମୁଁ ନୀତି

     ଜୀବନର ପ୍ରତି କ୍ଷଣେ 

କାହିଁକି କେଜାଣି    ସେ ଅଭୁଲା ସ୍ମୃତି

     ପ୍ରତିଧ୍ଵନି ଆଣେ ମନେ।


ନିଲ୍ଲିପ୍ତ ନୟନେ       ଖୋଜୁଛି ତୁମକୁ

    ବୟସର ସାୟାଂହ୍ନରେ

ଅଭିମାନେ କିବା     ପ୍ରୀତି ଆବେଗରେ

     ପ୍ରିୟା କିବା ଗଲ ଦୂରେ। 


ପ୍ରୀତି ସୁବାସରେ       ବାସ୍ନାୟିତ ମନ

      ଜୀବନଟା ପ୍ରୀତିମୟ

ଆଜି କିନ୍ତୁ ଭାବେ      ଜୀବନଟା ଖାଲି

      ଭାରାକାନ୍ତେ ଦୁଃଖମୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance