ଜହ୍ନ ହସେ ଖିଲି ଖିଲି
ଜହ୍ନ ହସେ ଖିଲି ଖିଲି
ସୂର୍ଯ୍ୟ ଗଲେ ବୁଡି
ବେଳ ଯାଏ ଗଡି
ଜହ୍ନ ହସେ ଖିଲି ଖିଲି
କାମଧନ୍ଦା ସାରି
ଫେରନ୍ତି ଶ୍ରମିକ
ନିଜ ନିଜ ବାସସ୍ଥଳୀ !
ହମା ରଢ଼ି ଛାଡି
ଗୋଠକୁ ଫେରନ୍ତି
ବାଛୁରୀ ସଙ୍ଗତେ ଗାଈ
ଡେଣା ଝାଡ଼ି ଫେରେ
ମାଆ ପକ୍ଷୀଟିଏ
ଛୁଆ ପାଖେ ଖାଦ୍ୟ ଧରି !
ଜହ୍ନିଫୁଲ ଫୁଟି
ଆକାଶକୁ ଚାହିଁ
ହସୁଥାଏ ଖିଲି ଖିଲି
ବାସ ଚହଟାଇ
ସେ ଗଙ୍ଗଶିଉଳି
ଭାବେ ପ୍ରତିଷ୍ୟରେ ମଲି !
ସନ୍ଧ୍ୟା ଘଣ୍ଟ ବାଜେ
ମନ୍ଦିର ବେଢାରେ
କି ଆନନ୍ଦ
ଭକ୍ତଜନେ
ସନ୍ଧ୍ୟା ଆଳତୀରେ
ପ୍ରଣତି ଜଣାଏ
ଭକ୍ତି ଭାବ ରଖିମନେ !
ତୁଳସୀ ଚଉରା
ମୂଳେ ସନ୍ଧ୍ୟା ବତୀ
ଦେଖି ଖୁସି ସଂଧ୍ୟାରଣୀ
ଘରେ ଘରେ ଶଙ୍ଖ
ନାଦରେ ବ୍ରହ୍ମାଣ୍ଡ
କି ଆନନ୍ଦେ ହୁଏଗୁଣି !
ବୁଢ଼ାବୁଢ଼ୀ ମିଳି
ଥିରି ପାଦେଚାଲି
ହାତେରେ ଲଣ୍ଠନ ଧରି
ଭାଗବତ ଶୁଣି
ଆନନ୍ଦେ ଫେରନ୍ତି
ଭାବ ଅସ୍ୱାଦନା କରି!
ହସି ହସାଇବା
ଏ ସାରା ସଂସାର
ଭୁଲି ଯିବା ନିଜ ପର
ଜହ୍ନ ମାମୁପରି
ସବୁରି ମନରେ
ଆନନ୍ଦ ଉଲ୍ଲାସ ଭର !