ମମତାମୟୀ ମା
ମମତାମୟୀ ମା
ମାଆ ମୋର ପୁଣ୍ୟତୋୟା
ମର୍ତ୍ତ୍ୟର ଜାହ୍ନବୀ
ତ୍ୟାଗ ଆଉ ଉତ୍ସର୍ଗର
ମୃତିମନ୍ତ ଦେବୀ !
ମାଆ ମୋର ଚିରସ୍ରୋତା
ଅମୃତର ଧାରା
ସବୁ ଅଳି ଅର୍ଦ୍ଦଳିକୁ
ସହିଯାଏ ପରା !
ମାଆ ମୋର ଅନ୍ଧାରରେ
ଆଲୋକର ବତୀ
&nb
sp; ସକାଳର ଧୂପ ଆଉ
ସନ୍ଧ୍ୟାର ଆଳତୀ !
ମାଆ ମୋର ଧର୍ଯ୍ୟ ଆଉ
ଦେହର ଶକତି
ଦିଅଇ ସାହାସ ସଦା
ମନରେ ଭକତି !
ମାଆ ମୋର ମମତାର
ସୀମାହୀନ ସାଗର
ଧୋଇ ଦିଏ ସବୁଦୁଃଖ
ଯା'ଥିବ ଆମର !