Untitled
Untitled
ଜୟ ଜୟ ଦୁର୍ଗେ ଦୁର୍ଗତି ନାଶିନୀ
ଶକ୍ତି ସ୍ୱରୂପା ଜନନୀ
ଆଦ୍ୟା ଶକ୍ତି ମାଆ ହିମାଦ୍ରୀ ନନ୍ଦିନୀ
ସତ୍ୟ ରୂପେ ସନାତନୀ।।
ଯୋଗରୁ ଶମ୍ଭୁତା ଆଦି ଯୋଗେଶ୍ୱରୀ
କରୁଣାମୟୀ ଜଗଦ୍ଧାତ୍ରୀ
ଜୟ ମା ଶଙ୍କରୀ ଜ୍ଞାନ ପ୍ରଦାୟିନୀ
ନମସ୍ତୁତେ ବିଶ୍ୱଦ୍ଧାତ୍ରୀ।।
ସହର ବଜାର ତୋରଣ ମଣ୍ଡପ
ନବ ରଙ୍ଗେ ସୁସଜିତ
ନବ ଦୁର୍ଗା ବେଶେ ଶୋଭାରେ ମଣ୍ଡିତା
ଚାରି ଆଡ଼େ ଆଲୋକିତ।।
ସକାଳ ମଧ୍ୟାହ୍ନ ସନ୍ଧ୍ୟା ଆଳତିରେ
ମଣ୍ଡପରେ ଲୋକାରଣ୍ୟ
ଆଳତୀ ଦର୍ଶନେ କୋଟି ପୁଣ୍ୟଫଳ
ଜୀବନ ହୁଅଇ ଧନ୍ୟ।।
ବାସନ୍ତୀୟ ପୂଜା ପାର୍ବଣ ବେଳାରେ
ଆସ ମାଆ ଅବତରି
ଦୁଷ୍ଟ ନିବାରିଣ ସନ୍ଥ ପାଳ ତୁମେ
ଦୁଃଖ ଯାଉ ମାଆ।।
କଲ୍ୟାଣମୟୀ ମାମାଆ ' ଜଗତ ଜନନୀ
ଦୁର୍ଗତି ନାଶିନୀ
ଫେନୀଳ ଆକାଶୁ ମେଘ ମଲ୍ହାରରେ
ଆସି ହୁଅ ଆମ ସାହା।
ଜଗତ ଜନନୀ ମହିଁଷା ମର୍ଦ୍ଦିନୀ
ଦଶଭୁଜା ଦିବ୍ୟଜ୍ୟୋତି
ଗିରିଜା ନନ୍ଦିନୀ କରେ ମୁଁ ଦୟିନୀ
କୃପା କର ଭଗବତୀ।।
ପାର୍ବଣ ମୁହୂର୍ତ୍ତେ ଘେନ ସର୍ବ ଜନେ
ଶୁଭେଛା ଅଭିନନ୍ଦନ
ମାଆଙ୍କ ଆଶୀଷ ସଦା ଝରିପଡ଼ୁ
ସୁଖେ ଯାଉ ପ୍ରତି ଦିନ।।
--------------------------------
ବରାହିପୁର, ମାହାଙ୍ଗା, କଟକ
