STORYMIRROR

Rajakishore Mundi

Abstract Classics

4  

Rajakishore Mundi

Abstract Classics

ବୋଇତ ବନ୍ଦାଣ

ବୋଇତ ବନ୍ଦାଣ

1 min
502


ଉତ୍କଳ ସନ୍ତାନ         ସାଧବ ପୁଅର

     ଅତୀତ ଗୌରବ କଥା

ଓଡ଼ିଆ ଜାତିର        ଅବିସ୍ମରଣୀୟ

     ନୌବାଣିଜ୍ୟ ଗୀତି ଗାଥା।

ପୂର୍ଣ୍ଣମୀ ତିଥିରେ      ବୋଇତ ବନ୍ଦାଣ

      ଉତ୍ସବେ ଆନନ୍ଦ ଭରି

ସାଧବର ବାଳୀ      ବନ୍ଦା ପନା କରେ

     ଧୂପ ଦୀପ ଥାଳି ଧରି।

ପବିତ୍ର କାର୍ତ୍ତିକେ    ବିଦେଶେ ବାଣିଜ୍ୟେ

    ଶୁଭ ପୂର୍ଣ୍ଣମୀ ତିଥିରେ

ସାଧବର ପୁଅ       ଯାଉଥିଲେ ଦୂରେ

    ନାବ ମେଲି ଦରିଆରେ।

 ଜାଭା ଓ ସୁମାତ୍ରା     ଜମ୍ଭୁ ଦିପେ ଯାଇ

    ସେ ଦେଶେ ବାଣିଜ୍ୟ କରି

ବିଦେଶେ ବେପାରୁ    ଫେରନ୍ତି ସାଧବେ

     ହୀରା ଲୀଳା ମୋତି ଧରି।

 ଧନ ବୈଭବରେ      ପୂର୍ଣ୍ଣ ଏ ଉତ୍କଳ

     ସଂସ୍କୃତିର ବାର୍ତ୍ତା ବହ

ନୌବାଣିଜ୍ୟ କୀର୍ତ୍ତି    ସେ ଅତୀତ ସ୍ମୃତି

    ପଡେ ମନେ ଅହ ରହ।

 ଉତ୍କଳ ସଂସ୍କୃତି       ଆମ ପରମ୍ପରା

      ବିଶ୍ଵରେ ରହିଛି କ୍ଷାତି

ଭାସ୍କର୍ଯ୍ୟ ସ୍ଥାପତ୍ୟ    କଳା ନୈପୁଣ୍ୟର

     ବିଦେଶେ ଚାହିଦା ଅତି।

ହିମେ କାର୍ତ୍ତିକରେ      ପୂର୍ଣ୍ଣମୀ ତିଥିରେ

     ମାଆ ମଙ୍ଗଳାଙ୍କୁ ସ୍ମରି।

ଧରମ କରୁଛୁ        ଡଙ୍ଗି ଭାସାଉଛୁ 

      ଅତୀତ ସ୍ମରଣ କରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract