STORYMIRROR

Rajakishore Mundi

Inspirational

3  

Rajakishore Mundi

Inspirational

ମାତୃଭୂମି

ମାତୃଭୂମି

1 min
244

ମାତୃଭୂମି ମୋର ଅଟଇ ଭାରତ

             ପବିତ୍ର ସରଗ ଧାମ

ତାହାରି ସେବାରେଯାଉମୋ ଜୀବନ

             ଗୁଣ୍ଡୁଚି ମୂଷାର ସମ !

ନାନା ଯାତି ଫଳ ସାଇତି ରଖିଛି

              ଧନ୍ୟ ସେ ଭାରତ ମାତା

ଦେଶ ମାତୃକାର ଗୁଣଗାନ କରି

             ହଜି ଯାଉ ମୋର ସତ୍ତା !

ଆହୁରି ଅନେକ ଖଣି ଖାଦାନରେ

              ସାଇତି ରଖିଛି ଧନ

ଆମ ମାଆ ପରି ଆମ ଭବିଷ୍ୟତ

              ଗଠନରେ ତାର ମନ !

ମାତୃଭୂମି ମାତୃଭାଷାରେ ମମତା

               ଯାହୃଦେ ଜନାମୀ ନାହିଁ

ତାକୁ ଯଦି ଜ୍ଞାନୀ ଗୁଣୀରେ ଗଣିବା

                ଅଜ୍ଞାନୀ ରହିବେ କାହିଁ !

ଜନ୍ମଭୂମି ପ୍ରତି ନାହିତ ଯାହାର

                ଶ୍ରଦ୍ଧା ଦୟାଭାବ ମନେ

ଛାର ତା ଜୀବନ ଅଜ୍ଞାନ ପାମିର

                ହେଜିବ ସେ ଦିନେ ମନେ!

ହିନ୍ଦୁ ମୁସଲମାନ ଅବା କ୍ଷ୍ରିଷ୍ଟିଆନ

                 ସଭିଏଁ ଆମର ଭାଇ

ଭେଦ ଭାବ ଭୁଲି ଏକତା ମନ୍ତ୍ରକୁ

                 ଗାଇବା ତାହାରି ପାଇଁ !

ତାହାରି କୃପାରୁ ଅମା ଅନ୍ଧକାର 

                 ଦୂର ହୋଇଯାଇ ଥାଏ

ସୂର୍ଯ୍ୟ ଚନ୍ଦ୍ର ତାରା ଆତ ଯାତ ହୁଏ

                 ସଙ୍କଟ ଦୂରେଇ ଦିଏ !

ଭାରତ ମାତାର ସ୍ଵାଧୀନତା ଆଣି

                  ରଖିଯାଇଛନ୍ତି ଯଶ

ଗାନ୍ଧି ଗୋପବନ୍ଧୁ ନେହେରୁ ସୁବାଷ

                  ସାକ୍ଷୀ ତାଙ୍କ ଇତିହାସ!

ପୂଣ୍ୟ ତୋୟା ଭୂମି ବୀର ପ୍ରସବିନି

                   ଧନ୍ୟ ମାେ ମମତା ମଇ

ଜୀବନ ମାେ ଯାଉ ଜନତା ସେବାରେ

                   ଦୁଃଖୀ ଦରିଦ୍ରଙ୍କ ପାଇଁ !

ଧନ୍ୟ ଆମେ ଏହି ଭାରତ ସନ୍ତାନ

                    ତିଳେ ନାହିଁ ଆମ ଭୟ

ଡରି ଯିବା ନାହିଁ ଅନ୍ୟାୟ ନିକଟେ

                    ଗାଇବା ଭାରତ ଜୟ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational