ମୋ ଜନ୍ମଦିନ
ମୋ ଜନ୍ମଦିନ


ଆଜି ଜନ୍ମ ଦିନ
ବିମୋହିତ ମନ
ମନ ହୁଏ ଛନ୍ନ ଛନ୍ନ
ସାଙ୍ଗ ସାଥୀ ମେଳେ
ପାଳିବି ଉତ୍ସବ
ଖାଇବୁ ନାନା ବ୍ୟଞ୍ଜନ !
ଖିରି ପିଠା ସାଥେ
ବୁଟ ତରକାରୀ
ବାଣ୍ଟିବି ମୁଁ ସରାଗରେ
ମନ୍ଦିର ବେଢାରେ
ଜାଳିବି ଦୀପାଳି
ମନାସିବି ଭକ୍ତିଭରେ !
ରାତିର ଉତ୍ସବ
ଆନନ୍ଦ ମୁଖର
ସାଜସଜା ମନୋହର
କାଟିକରି କେକ
ଖୁଆଇ ମୁଁ ନେଵି
ଆଶୀର୍ବାଦ ସଭିଙ୍କର !
କାହାରି ମନରେ
&nbs
p; ଦୁଃଖ ଦେବି ନାହିଁ
ସବୁ ଦୁଃଖ ଯିବି ସହି
ଜନମ ଦିନରେ
ଶପଥ କରୁଛି
ଶପଥ ରଖିବେ ସାଇଁ!
ଚଲାପଥ ମୋର
କୁସୁମିତ କର
ହସଖୁସି ମନେଭର
ଅନ୍ୟାୟ ଅନୀତି
ଠାରୁ ଦୁରେ ରଖ
ଏତିକି ମିନତୀ ମୋର !
ମୋର ଜନ୍ମଦିନେ
ସାକ୍ଷୀ ଜଗନ୍ନାଥ
ଘେନ ମୋର ନିବେଦନ
ସତ୍ୟପଥେ ସଦା
ରଖ ମୋର ମନ
ଲୋଡାନାହିଁ ଧନଜନ ।