STORYMIRROR

Rajakishore Mundi

Inspirational

4  

Rajakishore Mundi

Inspirational

ବାହୁଡା ଯାତ୍ରା

ବାହୁଡା ଯାତ୍ରା

1 min
165


         

 

ଆସ ଦେଖି ଯିବା     ବାହୁଡା ଯାତରା

      ବଡ଼ ଦଣ୍ଡେ ଭାରି ଭିଡ

ଭକତଙ୍କ ମେଳେ     ଭାବର ଠାକୁର

    ଫେରେ ଖାଇ ପିଠାପୋଡ  !!୧!!

ବାହୁଡା ରଥରେ    ପ୍ରଭୁ ବିଜେ କରେ

       ଗହଳି ଲଗାଇ ଆସେ

ସଂସାର ବାଟ ଟା    ଭାରି ଅଙ୍କା ବଙ୍କା

     ଜୀବ ଚାଲିଯାଏ ଶେଷେ !!୨!!

କେହି ରହିନାହିଁ      ରହିବେ ନାହିଁଟି

       ବବରଙ୍ଗ ଭୂମି ତଳେ

ସର୍ବେ ନିଜ ନିଜ     ଅଭିନୟ ସାରି

    ବାହୁଡିବେ କାଳ ବଳେ!!୩!!

ବେଳ ଥାଉ ଥାଉ     ଭକ୍ତି ଭାବ ରଖି

     ଭଜୁ ଥାଅ ଭାବଗ୍ରାହୀ

ଅନ୍ତର ମଧ୍ୟରେ     ସେନେହ ଶରଧା

    ରଖି ଥିବ ହୃଦେ ବହି !!୪!!  

ଜୀବ ପାଇଁ ଲୋଡ଼ା    ଯେତେ ଯେତେ ଦ୍ରବ୍ୟ

     ଖଞ୍ଜି ରଖିଛନ୍ତି ସବୁ

ଏନ୍ତୁଡ଼ି ଶାଳରୁ      ମଶାଣି ପର୍ଯ୍ୟନ୍ତ

     ତାଙ୍କ ନାମ ଭଜୁଥିବୁ!!୫!!

ଭକ୍ତ ଟାଣେ ରଥ    ଭାବ ଦଉଡିରେ

     ନିଜେ ଟାଣି ହୁଏ ଭାବେ

ଡାକେ ଭାବଗ୍ରାହୀ    ପାର କର ପ୍ରଭୁ

    ଏହି ରଣାଗଣୁ ଲବେ!!୬!!

 ଦଶମୀ ଦର୍ଶନ      ଅଟେ ମହା ପୁଣ୍ୟ

       ଦଶ ଦୋଷ କାଟି ଯାଏ

ପାପ ହୁଏ ପୁଣ୍ୟ     ଜୀବନ ତା ଧନ୍ୟ

        ନରଜନ୍ମୁ ମୁକ୍ତି ପାଏ !!୭!!

କୋଟି ଜନ ବନ୍ଧୁ     ଆରାଧ୍ୟ ଦେବତା

     ତୋର ପାଖେ ଥିବୁ ପଡି

ତୋହର ଆଶିଷ    ପାଇବା ପାଇଁ କି

   ବଡ଼ ଦାଣ୍ଡେ ଯିବୁ ଗଡ଼ି!!୮!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational