ପ୍ରଣାମ ଦିଦି
ପ୍ରଣାମ ଦିଦି
ଲତା ଦିଦି ଘେନ ଆମ୍ଭର ପ୍ରଣାମ
ବୟାନବେ ବର୍ଷେ ପାଦ ଥାପିଲ l
ଶୁଭାଭିନନ୍ଦନ କରେ ବନ୍ଦନ ଜନ୍ମ
ଦିନ ହେଉ ହଜାରେ ସାଲ l
ଅପୂର୍ଵ ପୁଲକ ଜାଗଇ ପରାଣେ ତୁମ
କଥା ଦିଦି ପଡ଼ିଲେ ମନେ l
ସୁର ସାମ୍ରାଗିଁ କୋକିଳ କଣ୍ଠି ତୁମ
ପରି ଆଉ ଅଛି କେ ଜଣେ l
ସଙ୍ଗୀତ କାନନେ ତୁମ କୁହୁତାନ
ଏ ସାରା ବିଶ୍ୱକୁ କରେ ଝଙ୍କୃତ l
ବିଶ୍ୱ କରିଛି ଦିଦି ହେ ତୁମକୁ ଶ୍ରେଷ୍ଠ
ଆସନରେ ଅଳଙ୍କୃତ l
କେତେ କେତେ ଭାଷା ସଙ୍ଗୀତ କେତେ
ଗାଇଛ ଦିଦି କେ ପାରିବ ଗଣି l
ତୁମକୁ ପ୍ରଶଂସା ଭାଷା ନାହିଁ ଆମ
ତୁମେ ପରା ଆମ ବଡ଼ ଭଉଣୀ l
ଦେଶଭକ୍ତି ଗୀତ ସିନେମା ସଙ୍ଗୀତ
ବିଭୁ ଚରଣରେ ଜଣାଣ ବିଥି l
ଆୟେ ୟେ ମେରେ ୱାତୋ କି ଲୋଗ,
ଜବାନ ରକତ ଉଠିଲା ତାତି l
ବିଜୟ ମୁକୁଟ ପିନ୍ଧାଇ ଭାରତେ ସମ୍ମୁଖ
ରଣେ ପାତିଲେ ଛାତି l
ଚୀନା ପାକିସ୍ତାନ ପରାଜିତ ହେଲେ
ପାହିଲା ନିଷ୍ଠୁର କାଳରାତ୍ରୀ l
ଛୁଟି ଆସେ ଆଜି ଶୁଭେଚ୍ଛା ବାରତା
ସାରା ବିଶ୍ୱ କୋଣ ଅନୁକୋଣ l
ଜନ୍ମ ଦିନରେ ସରସ୍ବତୀ ପୁତ୍ରୀ ତୁମ
ପାଦେ କରେ ଶତ ନମନ l
