STORYMIRROR

Sunanda Mohanty

Romance Others

3  

Sunanda Mohanty

Romance Others

ପ୍ରେମ ଋତୁ ବସନ୍ତ

ପ୍ରେମ ଋତୁ ବସନ୍ତ

2 mins
212

L

ପିକ କହେ ଉଡି ଉଡି

ଆସୁଛନ୍ତି ବସନ୍ତ ରାଜ

ସଵାରୀ ପାଲିଙ୍କି ଚଢି

ସବୁଜ ପତ୍ରରେ କୋଇଲି କୁହୁରେ

ହଳଦୀ ବସନ୍ତ ଯାଉଛି ଉଡି

ବିରାଜିତ ରାଜାଧୀରାଜ ବସନ୍ତ

ପ୍ରେମିକ ପ୍ରେମିକା ଖୋଲନ୍ତି

ପ୍ରେମର ସୁଗନ୍ଧ କଢି

ବାସ ଉଠୁଛି ଉଛୁଳି ପ୍ରେମ ହଉଛି ବାଉଳି

ହେବେ ସଭିଏଁ କୋଳାକୋଳି

ବସନ୍ତ ଋତୁରେ ରଙ୍ଗର ପେଡି

ରଙ୍ଗରେ ରଙ୍ଗରେ ନାଡ଼ଙ୍ଗୀ ବସନ୍ତ

ତୋଳୁଛି ଫୁଲ କଢି ଧରି ରଙ୍ଗ କୁହୁକ ଛଡ଼ି

ସୁନ୍ଦର ସବୁଜ ଧରାର ବନ ବିଲ ଫୁଲ

ମାଆ ମଙ୍ଗଳା ପିନ୍ଧିବେ ମନ୍ଦାର କଢି

ଶାଶୁଘର ଯିବ ଝିଅ ସଵାରୀ ଚଢି

ଜୋଇଁ ଆସୁଅଛି ପାଲିଙ୍କି ଚଢି

ଋତୁ ରାଜ ବସନ୍ତ ରାଇଜେ ପ୍ରେମ ଗୁଡ଼ି

ମନ ସହ ମନ ମିଶିଗଲେ ଥରେ

ଗଣ୍ଠି ଫିଟିବନି ରହିବ ଯୋଡି

ଯୋଡି ଯୋଡି ବଣି ବାରତା ଦିଅନ୍ତି

ଧରାରେ ପଧାରନ୍ତି ଋତୁ ରାଜ ବସନ୍ତ

ବାନ୍ଧି ତୋରଣ ପୂର୍ଣ୍ଣିକୁମ୍ଭ ପକାଅ ଶିଡି

କୋଇଲିଟା ଖାଲି ନସରପସର

ଅଜା ଆଈ ଖୋଲି ପାନର ପେଡି

ବାଣ୍ଟନ୍ତି ଖାଆନ୍ତି ପିକ ପକାନ୍ତି ଧରି ବାଡି

ପିଲାଏ ଖେଳନ୍ତି ଡୁଡୁ କବାଡି

ଫଗୁଣ ଲେଖିଛି ପତର ଭିତରେ

ଠାକୁର ଯିବେ ବିମାନ ଚଢି

ବସନ୍ତ ହସି ହସାଏ ଖେଳି ପ୍ରେମ କଉଡ଼ି ।ମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance