STORYMIRROR

Bidyadhar Mantry

Abstract Romance Classics

3  

Bidyadhar Mantry

Abstract Romance Classics

ଝୁଲଣ ଯାତ୍ରା

ଝୁଲଣ ଯାତ୍ରା

2 mins
126


ରାଧାକୃଷ୍ଣଙ୍କ ରାସ ଉତ୍ସବ 

      ଝୁଲଣ ଯାତ୍ରା ନାମ ବହିଛି

ଭାବରେ ବିହ୍ବଳ ଭକ୍ତ

      ରାଧାକୃଷ୍ଣ ନାମ ହୃଦେ ଧ୍ୟାଉଛି।


ଦ୍ଵାପର ଯୁଗରେ ଯମୁନା ତଟରେ

        ରାଧାକୃଷ୍ଣଙ୍କ ମିଳନ ସ୍ଥଳୀ

ଲତା କୁଞ୍ଜରେ ପ୍ରଣୟ ଦୋଳି

        ଗୋପାଙ୍ଗନା ସହ ମେଳି।


ରସ ରାଜ ଶ୍ରୀକୃଷ୍ଣ ସହ ରାଇ ବିନୋଦିନୀ

         ଖେଳୁ ଥିଲେ ସେହି ଦୋଳି ଝୁଲଣ

ସେଇ ସ୍ମୃତି ସହ ଝୁଲଣ ଉତ୍ସବ

         ବିଧି ବିଧାନ ରେ ହେଉଛି ପାଳନ।


ବୃନ୍ଦାବନ ଠାରୁ ଶ୍ରୀକ୍ଷେତ୍ର ମଠ ମନ୍ଦିର

        ଉତ୍ସାହ ଉଲ୍ଲାସ ସହ ଭଜନ କୀର୍ତ୍ତନ

ଶ୍ରାବଣ ଶୁକ୍ଳ ଦଶମୀ ଠାରୁ

         ଭାଦ୍ରବ ପ୍ରତିପଦା ସାତ ଦିନ ପାଳନ ଶ୍ରୀକ୍ଷେତ୍ରରେ ପରମ୍ପରା ବିଧିବିଧାନ ରେ

         ଝୁଲଣ ଯାତ୍ରା ହେଉଛି ପାଳନ

ଚଳନ୍ତି ପ୍ରତିମା ମଦନ ମୋହନ

       ଭୂଦେବୀ ଆଉ ଶ୍ରୀଦେବୀ ପୂଜନ।


ସୁଶୋଭିତ ଫୁଲ କୁଞ୍ଜରେ ଶୋଭା

       ସୁନ୍ଦର ଦୃଶ୍ୟ ଅତି ମନଲୋଭା

ମାଣ୍ଡୁଅ ଭୋଗ ସହ ବିଡିଆ ମଣୋହି 

       ଅପୂର୍ବ ସେଇ ଦୃଶ୍ୟର ଶୋଭା।


ବୃନ୍ଦାବନରେ ବି ହେଉଛି ଝୁଲଣ

       ଉତ୍ସାହ ସହିତ ଚଉଦ ଦିନ

ରାଧାକୃଷ୍ଣଙ୍କର ଭଜନ କୀର୍ତ୍ତନ

       ଆନନ୍ଦ ଉଲ୍ଲାସେ ସର୍ବେ ମଗନ।


ପରିଚିତ ସେଇ କୁଞ୍ଜ ବନରେ    

        ଶୁଭୁଥିଲା ଯେବେ ବଇଁଶୀ ସ୍ୱର

କୃଷ୍ଣ ପ୍ରେମରେ ଗୋପାଙ୍ଗନା                 

      ହେଉଥିଲେ ପ୍ରେମ ପାଇଁ ଅଧିର।


ରାସ ରସେ ମଜ୍ଜି ଭୁଲି ସବୁକିଛି

        କୃଷ୍ଣ ପ୍ରେମରେ ହେଉଥିଲେ ମଗନ 

ବିମୋହିତ ହୋଇ ହଜାଇ ନିଜକୁ

        ମେଳି ହେଉଥିଲେ ସେଇ କୁଞ୍ଜବନ।

  

ଝୁଲୁ ଥିଲେ ପ୍ରେମୀ ଯୁଗଳ   

                     ଚାଲୁ ରହୁଥିଲା ରାସ ର କେଳି

ପୁଷ୍ପରେ ସଜ୍ଜିତ ହୋଇ ରହିଥିଲା  

                   ଝୁଲୁଥିଲା କୁଞ୍ଜ ଝୁଲଣ ଦୋଳି।


ତୁହାକୁ ତୁହା ବଂଶୀ ବାଜୁଥିଲା

        ରାଇ କିଶୋରୀ ମନ ଅସ୍ଥିର

ସବୁ କିଛି ଭୁଲି କୃଷ୍ଣ ପ୍ରେମେ ମଜ୍ଜି      

              ହୃଦୟେ କୃଷ୍ଣ ଭାବ ନିରନ୍ତର।


ସଖି ସହିତ ରହିଲେ ବି     

                       ମନ ଖୋଜୁଥିଲା କାହ୍ନା

ମିଳନ ଲାଳସା ରହୁଥିଲା ସଦା       

                ମନ ହେଉଥିଲା ଆନମନା।


ଦୂରେ ଥାଇ ସଖି ଦେଖୁଥିଲେ ରାସ    

                 ପରସ୍ପର କୁହନ୍ତି ଦେଖ ଦେଖ

କେଳି କୁଞ୍ଜରେ ପ୍ରେମୀ ଯୁଗଳ   

                    ହୃଦୟ ଚକ୍ଷୁରେ ଦେଖ ଓ ଦେଖ।


ଦୁଇଟି ଆତ୍ମା ମିଳନର ବେଳା 

                          ସତେ କି ଅପୂର୍ବ ଶୋଭା

ଯୁଗ ଯୁଗ ଧରି ଅମର ରହିଲା     

                     ସେହି ମିଳନର ଆଭା ।


କେତେ ଉଲ୍ଲାସ କେତେ ଆନନ୍ଦ    

                  କେତେ ହସର ଲହରୀ ଦେଖ

ଝୁଲି ଝୁଲି ଝୁଲଣ ଦୋଳିରେ  

                        ବିହ୍ବଳ ଏକକୁ ଆରେକ ।


କୁଞ୍ଜବନ ବି ଧନ୍ୟ ହୋଇଛି      

                       ଦେଖି ଅପୂର୍ବ ମିଳନ

ଭାବର ପରିପ୍ରକାଶ ହୋଇଛି      

                      ସାକ୍ଷୀ ଅଛି କୁଞ୍ଜବନ।


ରାଧାକୃଷ୍ଣଙ୍କ କେଳିକୁଞ୍ଜ ଗାଥା       

                     ଗାଉଅଛି କୁଞ୍ଜବନ

ଧନ୍ୟ ଗୋପ ବାସୀ ଧନ୍ୟ ଗୋପାଙ୍ଗନା    

              ଦେଖି କେଳି କୁଞ୍ଜର ମିଳନ।


ଦୁଇ ହୃଦୟ ମିଳନ ହୋଇଛି       

                   ଝୁଲି ଝୁଲଣ ଦୋଳିରେ 

ସେଇ ଖୁସିର ଉତ୍ସବ

          ଆଜି ଝୁଲଣ ଯାତ୍ରା ନାମରେ ।

 

 ହର୍ଷ ଉଲ୍ଲାସରେ ପ୍ରତି ମଠ ମନ୍ଦିର ରେ 

      ଝୁଲଣ ଯାତ୍ରା ହେଉଛି ବିଧି ବିଧାନ ରେ

ଆସ ଦେଖିଯିବା ନେତ୍ର ପବିତ୍ର କରିବା

      ରାଧାକୃଷ୍ଣ ପୟରେ ମନ ରହୁ ନିରନ୍ତରେ


                                         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract