STORYMIRROR

Barsha Swain

Romance Inspirational

3  

Barsha Swain

Romance Inspirational

ପ୍ରାପ୍ତି

ପ୍ରାପ୍ତି

2 mins
147

ଦେଖ୍ ଆଜିବି ହସୁଛି ମୁଁ ଠିକ୍ ସେମିତି


ସେଦିନ ବି ଏମିତି ହସୁଥିଲି ।


ତତେ ପାଇବା ପାଇଁ ଯେ ବ୍ଯାକୁଳ ଥିଲି


ତାହା ହୁଏତ ଏ ଦୁଇଆଖି ନୀରବରେ କହିପାରିବ


ମୋଠୁ ବେଶୀ ଭଲ ଭାବରେ,


ହେଲେ ସବୁ ପ୍ରେମ ଯେ ପ୍ରାପ୍ତି ଚାହେଁ


ତାହା ବି ଭୁଲ୍ ମନେହୁଏ ଆଜି।


ତୁମକୁ ପାଇବା ପାଇଁ ଯେ ମୁଁ


ନିଦ୍ରାଗତ ହେଉଥିଲି ତାହା ଅସ୍ବୀକାର କରେନି


କିନ୍ତୁ ଆଜି ଚାହିଁ ନ ଚାହିଁ ବି ......


ଶ୍ରେଷ୍ଠ ପ୍ରାପ୍ତି ଲାଭ କରିଛି ମୁଁ


ସବୁ ପ୍ରେମ ଯେ ମିଳନ ଚାହେଁ


ତାହା ଭୁଲ ପ୍ରମାଣିତ ହୁଏ ଆଜି ,


ହାରିଯାଏ ଆଜି ତୁମ ପାଖେ ମୁଁ


ଅବଶ୍ୟ ଏଥିରେ ତୁମର କିଛି ଭୁଲ୍ ନାହିଁ

ହୁଏତ ତୁମକୁ ଏସବୁ ଜଣା ବି ନଥିବ

କିଏ ଜଣେ ତୁମ ବାଟ ଚାହିଁ ରହିଛି ।


ପ୍ରେମକୁ ବୋଧହୁଏ ଭୁଲ୍ ବୁଝେ ଏଦୁନିଆଁ,


ମୁଁ ବି ବୁଝିଥିଲି........


ପ୍ରାପ୍ତିର ଆଶା ଅସମ୍ଭବ ଜାଣି ବି


ଫେରିନଥିଲି ପଛକୁ ମୁଁ .....


ଏଇ ଦେଖ... ଥରେ କେବେ ଫଛକୁ ବୁଲି


ତୁମକୁ ନପାଇ ବି ଆଜି ଆନନ୍ଦିତ ମୁଁ

ସବୁ ପ୍ରାପ୍ତିର ଉର୍ଦ୍ଧ୍ବରେ ଉପବିଷ୍ଟ ।

କେବଳ ଜଳିବାକୁ ଚାହିଁଥିଲି ତୁମ ପ୍ରେମରେ

ସଳିତାଟିଏ ପରି ହୁଏତ ଆଲୋକ ଦେବାକୁ ନୁହେଁ,

ହେଇଦେଖ ଆଜି ବି ଜଳୁଛି ମୁଁ ......

ଫରକ୍ ଏତିକି ଯେ ପାଉଁଶ ହେବାକୁ ନୁହେଁ

ଆଲୋକ ଦେଇ ଅନ୍ଧାର ଦୂର କରିବାକୁ ।

ତୁମକୁ ନପାଇ ବି ପାଇଛି ମୁଁ

ଦୂରେ ଅଛ ହେଲେ ଦୂରତା ହିଁ ନାହିଁ .....

ପାଖରେ ନାହଁ ହେଲେ

ସବୁଠି ତୁମରି ଛାଇ......

ପ୍ରେମ ମୋର ଆଜି ମନେହୁଏ ଶାଶ୍ବତ

ପ୍ରାପ୍ତି ଠାରୁ ବି ଲାଗେ ଅଧିକ ଆନନ୍ଦ ।

ସ୍ବପ୍ନ ହୁଏତ ଭାଙ୍ଗି ଯାଇଛି

ହେଲେ ଉଚିତ୍ ଶିକ୍ଷା ଦେଇଯାଇଛି

ନହେଲେ ବୋଧହୁଏ ଆଜି ....

ପାଗଳ ପରି ମୁଁ ତୁମକୁ ପାଇବାକୁ ଚାହିଁ ରହିଥାନ୍ତି

ବାସ୍ତବିକ୍ ମୁଁ ଆଜି ବୁଝିଯାଇଛି......

ସମୟର ସୁଅ କୂଳରେ ପହଞ୍ଚେଇ ଦେଇଛି ମୋତେ

ନୂଆ ଉପଲବ୍ଧି ବି କରିଛି ଏ ମନ.......

ଏବେ ତତେ ପାଇବାର ଆଶା ହିଁ ନାହିଁ ,

କାହିଁକି ନା ମୋ ପ୍ରତି ସ୍ପନ୍ଦନରେ ରହିଛୁ ତୁ

ପ୍ରାପ୍ତିର ଗୌରବ ଠୁ ଅପ୍ରାପ୍ତି ହିଁ ବାସ୍ତବିକ ପ୍ରେମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance