STORYMIRROR

Barsha Swain

Romance Tragedy

3  

Barsha Swain

Romance Tragedy

ଶେଷ ସୀମାନ୍ତରେ

ଶେଷ ସୀମାନ୍ତରେ

1 min
146


ତମେ ଠିକ୍ ସେହି ଧୂଳିକଣା ପରି

ଯେ ଆଲୋକର ଗତିରେ ସ୍ପଷ୍ଟ ଭାବେ ଦେଖାଯାଏ,

ହାଲୁକା ପବନରେ ଏଣେତେଣେ ଉଡିଯାଏ,

ବର୍ଷାର ଛିଟାରେ ମିଶିଯାଏ ଧରାସହ,

ଯାହାକୁ ଧରି ରଖିବାକୁ ଚେଷ୍ଟା କରି ......

ବାରମ୍ବାର ମୁଁ ବିଫଳ ହୁଏ !!

ଯେବେ ଯେବେ ତୁମ ସଂସ୍ପର୍ଶରେ ଆସେ.....

ଭୁଲିଯାଏ ମୁଁ ଗଦା ଗଦା ଅଭିମାନର ଦସ୍ତାବିଜ,

ତ୍ଯାଗକରେ କାହିଁ କେତେ ଶତାବ୍ଦୀର ଆର୍ତ୍ତନାଦ ଦୁଃଖସବୁକୁ ଦୁଇ ବାହୁ ପ୍ରସରି ଠିଆହୋଇଥାଏ ନିର୍ଭିକ ଚିତ୍ତରେ....

ଶେଷ ସୀମାନ୍ତରେ, ତୁମକୁ ଚରମ ଆଲିଙ୍ଗନ ଦେବାକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance