STORYMIRROR

Prasanta Kumar Behera

Romance

3  

Prasanta Kumar Behera

Romance

ପ୍ରେମ ରଂଗ

ପ୍ରେମ ରଂଗ

1 min
177


ମଳୟ ବହୁଛି

     ତୋ ରୂପ ହସୁଛି

           ମୋହୁଛି ସହସ୍ର ହୃଦ


ଏଇ ତ ସେଇ ପ୍ରେମ ରଙ୍ଗ

       ତୋ ଓଠ କରବୀ ରଙ୍ଗ

            ଏହା ମିଳନର ପୂର୍ବରାଗ


ପ୍ରସ୍ପୁଟନର ପାହାନ୍ତା ପ୍ରହରୁ

       ମୁକୁଳିତ ତୋର ଦେହ

            ଏହା ମୁକୁଳା ରେଣୁ ପରାଗ


ତୋର କୋମଳ ପାଖୁଡା

        ଅସ୍ତ୍ରରାଗ ରଙ୍ଗ

           ବେପଥୁ କଂପିତ ମାୟା


ହରିନେଲା ମନ

    ଭରିଲା ନୟନ

        ରୋମାଞ୍ଚେ ଶିହରୀତ ମୋର କାୟା 


ଏଇ ଲଗନରେ 

       ଯିବି କି ସଖୀ

             ଲାଜରେ ତୁ ଥିବୁ ନୟନ ମୁଦି 


ତୋର ସେଇ ପ୍ରେମ ପରଶ

          ପ୍ରୀତି ରଙ୍ଗରସ

                ସବୁବେଳେ ଝୁରେ ମନ


ତୋ ବାହୁ ବଂଧନେ

        ମୋ ଦେହ ଯେବେ

              ତୋ ଉଷୁମ ପରଶ ଛୁଇଁବ


ଜଳି ଯିବି ମୁହିଁ ତିଳ ତିଳ ହୋଇ 

              ନିଭାଇବୁ ସଖୀ

                  ତୋ ଅଧର ସୁଧା ଢାଳି


ସେଇ ପରଶରେ

       ମେଣ୍ଟିଯିବ ମୋର

             ସବୁ ଆଶା ଆଉ ଅବସାଦ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance