ଅବୁଝା ସ୍ପନ୍ଦନ
ଅବୁଝା ସ୍ପନ୍ଦନ
ଭିଜିଲା ପ୍ରାଣର ଅବୁଝା ସ୍ପନ୍ଦନ
ଆବେଗର ତୃଷ୍ଣା ପ୍ରିୟାର ନୟନ
ଦଗ୍ଧିତ ମନର ମଧୁ ଶିହରଣ
ସୋହାଗରେ ଗଢେ ପ୍ରୀତିର ଚୁମ୍ବନ !
ଦରଭିଜା ଓଠ ଆଖିର ସ୍ୱପ୍ନ
ବର୍ଷା ଟୋପା ପିଇ ପଲ୍ଲବିତ ପ୍ରେମ
ଆଙ୍କିବ କି ପ୍ରିୟା ପ୍ରଣୟର ଚିହ୍ନ !

