STORYMIRROR

Hitendra Mohanta

Others

3  

Hitendra Mohanta

Others

କ୍ଷେତ୍ର ଶ୍ରୀକ୍ଷେତ୍ର

କ୍ଷେତ୍ର ଶ୍ରୀକ୍ଷେତ୍ର

1 min
217


ଦାଣ୍ଡ ତ‍ା'ର ବଡ ଦାଣ୍ଡ କ୍ଷେତ୍ର ଶ୍ରୀକ୍ଷେତ୍ର

ଜଗତର ନାଥ ସେ ତ ମହିମା ସର୍ବତ୍ର (ଘୋଷା)


ଆଖି ପୁଣି ଚକାଆଖି ରଥ ନନ୍ଦିଘୋଷ

ଦର୍ଶନରେ ପୂର୍ଣ୍ଣ ହୁଏ ଭକ୍ତ ଅଭିଳାଷ

ଅରୁଣ ସ୍ତମ୍ଭକୁ ଛୁଇଁ ସିଂହ ଦୁଆରକୁ ଡେଇଁ

କଳା ଶ୍ରୀମୁଖ ଚରଣେ ଅର୍ଘ୍ୟ ଭକ୍ତି ରସ ।

ତୁଳସୀ ନିର୍ମାଲ୍ୟ ପାଇ ହୃଦୟ ପବିତ୍ର

ଦାଣ୍ଡ ତ‍ା'ର ବଡ ଦାଣ୍ଡ କ୍ଷେତ୍ର ଶ୍ରୀକ୍ଷେତ୍ର..... (୧)


ବାଲି ତା ଶରଧା ବାଲି ନୀଳଚକ୍ର ବାନା

ବାଲି ଧୂଳି ଦେହେ ବୋଳି ଭକ୍ତର ପ୍ରାର୍ଥନା

ବାଇଶି ପାହାଚ ଚଢି ଭାବ ତରଙ୍ଗରେ ଉଡି

ଅଳି କରି ତୋଳି ନିଏ ଅପାର କରୁଣା ।

ସମର୍ପଣ କରୁଣାର ପୁଣ୍ୟତୋୟା ମନ୍ତ୍ର

ଦାଣ୍ଡ ତ‍ା'ର ବଡ ଦାଣ୍ଡ କ୍ଷେତ୍ର ଶ୍ରୀକ୍ଷେତ୍ର..... (୨)


ମନ୍ଦିର ତ‍ା ଶ୍ରୀମନ୍ଦିର ଗାଦି ରତ୍ନ ବେଦୀ

ଦୀନବନ୍ଧୁ କୃପାସିନ୍ଧୁ ଅନନ୍ତ ଅନାଦି

ଗର୍ଭ ଗୃହେ ହାତ ଯୋଡି ପୂଜା ଅର୍ଚ୍ଚନାରେ ବୁଡି

ମୁକ୍ତି ଲାଗି ସ୍ତୁତି ଗାଏ ଭକ୍ତି ଡୋରେ ଛନ୍ଦି ।

ବିଶ୍ୱ ଶାନ୍ତି ତା'ର ନାମେ ଜପ ତପୋ ସ୍ତୋତ୍ର

ଦାଣ୍ଡ ତ‍ା'ର ବଡ ଦାଣ୍ଡ କ୍ଷେତ୍ର ଶ୍ରୀକ୍ଷେତ୍ର..... (୩)


ସମୁଦ୍ର ତା ମହୋଦଧି ପର୍ବ ଘୋଷ ଯାତ

ଶଙ୍ଖ ଚକ୍ର ଗଦା ପଦ୍ମେ ବୋଲାଏ ସାଆନ୍ତ

ମୁକ୍ତି ମଣ୍ଡପେ ଆସୀନ ପାପ ତାପ ହୁଏ ଶୂନ

ଭଜନ କୀର୍ତ୍ତନେ ଶୁଭେ ଜୟ ଜଗନ୍ନାଥ ।

ଦୁଃଖି ରଙ୍କି ଯୋଗୀ ଭୋଗୀ ସଭିଙ୍କର ମିତ୍ର

ଦାଣ୍ଡ ତ‍ା'ର ବଡ ଦାଣ୍ଡ କ୍ଷେତ୍ର ଶ୍ରୀକ୍ଷେତ୍ର.....(୪)



Rate this content
Log in